www.samajalive.in
Wednesday, December 10, 2025
26.1 C
Bhubaneswar

ଝଲସିବ ରାଜ୍ୟର ସମସ୍ତ ବସଷ୍ଟାଣ୍ଡ, ମିଳିବ ମଲ୍ଟିପ୍ଲେକ୍ସ ସହ ସପିଂ ମଲର ସୁବିଧା: ପ୍ରତାପ ଜେନା

ଭୁବନେଶ୍ବର: ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ଉନ୍ନତୀକରଣ କରାଯିବ। ରାଜ୍ୟରେ ରହିଥିବା ପ୍ରମୁଖ ବସଷ୍ଟାଣ୍ଟ ଗୁଡିକରେ ବିମାନ ବନ୍ଦର ଭଳି ଉନ୍ନତ କରାଯିବା ସହ ସେଠାରେ ମଲ୍ଟିପ୍ଲେକ୍ସ ଏବଂ ସପିଂ ମଲ ଭଳି ସୁବିଧା ଯୋଗାଇ ଦିଆଯିବ। ଏନେଇ ବୁଧବାର ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟର ଜନସାଧାରଣ ମାନଙ୍କୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ଯାତ୍ରୀମାନଙ୍କ ପାଇଁ ଆଗାମୀ ଦିନରେ ସରକାରୀ ବସ୍ ସଂଖ୍ୟା ବୃଦ୍ଧି କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ବୁଧବାର ଠାରୁ କ୍ରୁଟ୍ ପକ୍ଷରୁ ମୋ ବସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ମୋ ବସ ସହ ‘ଓଏସଆରଟିସି’ ର କର୍ମଚାରୀ ଏବଂ ଦେଶ ବିଦେଶରୁ ବହୁ ଏକ୍ସପର୍ଟ ଯୋଗଦେଇଛନ୍ତି। ଏହି ଦୁଇ ଦିନିଆ କର୍ମଶାଳାରେ ମୋ ବସ ଏବଂ ଓଏସଆରଟିସି କର୍ମଚାରୀ ମାନଙ୍କୁ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ଦେଶ ବିଦେଶରୁ ଆସିଥିବା ଏକ୍ସପର୍ଟ ପ୍ରଶିକ୍ଷଣ ଦେବେ।।
ବର୍ତ୍ତମାନ ସମୟରେ ଭୁବନେଶ୍ବରରେ ୨୦୦ଟି ମୋ ବସ ଚାଲୁଥିବା ବେଳେ ଆଗକୁ ଅର୍ଥାତ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୮୯ ଟି ନୂଆ ମୋ ବସ ସେବା ଯୋଗାଇ ଦେବା ପାଇଁ ସାମିଲ ହେବ। ଏଥି ସହ ଚଳିତ ବର୍ଷ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ୫୦ ଟି ନୂଆ ଇ-ବସ ରାଜଧାନୀ ରାଜପଥରେ ଗଡିବ ବୋଲି କ୍ରୁଟ ଏମଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories