www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରିୟଙ୍କାଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଝିଅକୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ଵର: ମୃତ୍ୟୁ ପରେ କିଡନୀ ଦାନ କରି ୨ ଜଣଙ୍କ ଜୀବନ ବଞ୍ଚାଇଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ପ୍ରିୟଙ୍କାଙ୍କ ପରିବାରକୁ ‘ସୁରଜ’ ଯୋଜନାରେ ସମ୍ମାନିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ବର୍ଗତ ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ଏସସିବି ମେଡିକାଲରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ କରିଥିବା ଡାକ୍ତର ଟିମ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, କଟକ ଏସସିବି ମେଡିକାଲରେ ଗତ ସୋମବାର ବିଳମ୍ବିତ ରାତିରେ ପ୍ରଥମଥର ଲାଗି ସଫଳତାର ସହିତ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍‌ କରାଯାଇଥିଲା। କିଡ୍‌ନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କୁ ବଞ୍ଚାଇବାକୁ ଏସ୍‌ସିବିର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଦୀର୍ଘ ୭ ଘଣ୍ଟାର ଅଭିଯାନ ଚଳାଇଥିଲେ। ଏକ ଦୁର୍ଘଟଣାରେ ଆହତ ହୋଇଥିବା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ କିଡ୍‌ନୀକୁ ଉକ୍ତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ପ୍ରିୟଙ୍କା ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ରାତିରେ ଆପୋଲୋ ଡାକ୍ତରୀ ଦଳ ପ୍ରିୟଙ୍କାଙ୍କ ବ୍ରେନ୍‌ ଡେଡ୍‌ (ମସ୍ତିଷ୍କ ମୃତ) ହୋଇଥିବା ପରିବାରବର୍ଗଙ୍କୁ ସୂଚନା ଦେଇଥିଲେ। ଝିଅର ମୃତ୍ୟୁ ନେଇ ସୂଚନା ମିଳିବା ପରେ ପରିବାର ଲୋକେ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories