www.samajalive.in
Friday, December 12, 2025
14.1 C
Bhubaneswar

ହନୁମାନ ଚାଳିଶା ଗାଇବେ ଓୱେସୀ – ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଭଳି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) ଦଳର ଅଧ୍ୟକ୍ଷ ଅସାଉଦ୍ଦିନ ଓୱେସୀ ମଧ୍ୟ ହନୁମାନ ଚାଳିଶା ଉଚ୍ଚାରଣ କରିବେ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆଜି ଦିଲ୍ଲୀରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ବେଳେ ସେ ଏହା କହିଛନ୍ତି। ସେ କହିଛନ୍ତି, କେଜରିୱାଲ ଏବେ ହନୁମାନ ଚାଳିଶା ଉଚ୍ଚାରଣ କରିବା ଆରମ୍ଭ କରିଛନ୍ତି, ଦେଖନ୍ତୁ ଆଗକୁ ଆଗକୁ ହେଉଛି କଣ? କୀରାରିଠାରେ ବିଜେପି ନିର୍ବାଚନ ରାଲିରେ ଉଦବୋଧନ ଦେଇ ସେ କହିଛନ୍ତି, ଖୁବ ଶୀଘ୍ର ଓୱେସୀ ମଧ୍ୟ ହନୁମାନ ଚାଳିଶା ଗାଇବେ। ଦେଖନ୍ତୁ ଭିଡିଓ (ସୌଜନ୍ୟ – ନିଉଜ ୧୮)

https://www.youtube.com/watch?v=tcfgdr0CiGc

- Advertisement -

ହିନ୍ଦୁ ବିଶ୍ୱାସ ଅନୁସାରେ ହନୁମାନ ଚାଳିଶା ଉଚ୍ଚାରଣ କଲେ କଠିନ ପରିସ୍ଥିତିରୁ ମୁକ୍ତି ମିଳିଥାଏ। ତେବେ ଗତକାଲି ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ବେଳେ କେଜରିୱାଲ ହନୁମାନ ଚାଳିଶା ଗାଇଥିଲେ ଏବଂ କହିଥିଲେ ଯେ ସେ ହିନ୍ଦୁ ବୋଲି ବିଜେପିର ମୋହର ଆବଶ୍ୟକ କରନ୍ତି ନାହିଁ। ସେ ଆହୁରି ମଧ୍ୟ କହିଥିଲେ, ସେ ହନୁମାନଙ୍କ ଭକ୍ତ ଅଟନ୍ତି ଓ ହନୁମାନ ଚାଳିଶା ପଠନ ମଧ୍ୟ କରନ୍ତି। ସୂଚନା ଯୋଗ୍ୟ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଶନିବାର ଭୋଟ ଗ୍ରହଣ ହେବା ଓ ଫେବୃଆରୀ ୧୧ରେ ଭୋଟ ଗଣତି ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories