www.samajalive.in
Friday, December 12, 2025
14.1 C
Bhubaneswar

ଭାରତ ସହ ବହୁ କୋଟି ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ଘୋଷଣା କରିପାରେ ଆମେରିକା 

ଲକ୍ଷ୍ନୌ: ନିକଟ ଅତୀତରେ ଆମେରିକା ଭାରତ ସହ ବହୁ କୋଟି ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ନେଇ ଘୋଷଣା କରିବା ସମ୍ଭାବନା ଦେଖା ଦେଇଛି। ଏକଥା କହିଛନ୍ତି ଖୋଦ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ ଜଷ୍ଟର। ଆସନ୍ତାକାଲିଠାରୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଆରମ୍ଭ ହେବାକୁ ଥିବା ୫ ଦିନିଆ ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୦ ପୂର୍ବରୁ ଆଜି ଜଷ୍ଟର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୦୧ରେ ସେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଦିଗରେ କାର୍ଯ୍ୟ କରୁଥିବା ବେଳେ ଭାରତ-ଆମେରିକା ମଧ୍ୟରେ କୌଣସି ପ୍ରତିରକ୍ଷା ବିକ୍ରିବଟା ହୋଇନଥିଲା। ତେବେ ନିକଟରେ ୧୮ ବିଲିଅନ ଡଲାର ସମେତ ବହୁ କୋଟି ଡଲାରର ଚୁକ୍ତି ଘୋଷଣା ହେବା ନେଇ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି।

ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଜ୍ଞାନ କୌଶଳ କ୍ଷେତ୍ରରେ ଅନେକ ସାମଞ୍ଜସ୍ୟତା ରହିଥିବା ଜଷ୍ଟର କହିଛନ୍ତି। ସେ କହିଛନ୍ତି ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୦ରେ ଉତ୍ତରପ୍ରଦେଶ ପ୍ରତିରକ୍ଷା କରିଡର ସହ ଅନ୍ୟାନ୍ୟ ଭାରତୀୟ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ସାମିଲ ହେଉଛନ୍ତି। ସେ କହିଛନ୍ତି, ବିଭିନ୍ନ ଯୁଦ୍ଧାସ୍ତ୍ର କେବଳ ଏହି ଦୁଇ ଦେଶ ପାଇଁ ନୁହେଁ ବରଂ ଏହି ପ୍ରଦର୍ଶନୀର ସମସ୍ତ ସହଭାଗୀ ଦେଶ ପାଇଁ ମଧ୍ୟ ଉଦ୍ଦିଷ୍ଟ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories