www.samajalive.in
Friday, December 12, 2025
16.1 C
Bhubaneswar

ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

ଭୁବନେଶ୍ବର : ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ମଙ୍ଗଳବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଗତକାଲି ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଜେଲରୁ ବାହାରିବା ପରେ ବିଜୟ କେତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ କୋର୍ଟରେ ମାମଲା ବିଚାରଧିନ ରହିଛି। ତେଣୁ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବି ବୋଲି ଜେଲରୁ ବାହାରିବା ପରେ ବିଜୟ କେତନ ଗଣମାଧ୍ୟମକୁ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ରଜ୍ୟ ସରକାର ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଡ଼ିସେମ୍ବର ୩୦ରେ ନିଳମ୍ବିତ କରିଥିଲେ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ ପାସ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଥିଲା। ଖବର ପାଇ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିବା ସହ ତାଙ୍କ ଘର ଉପରେ ଚଢାଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଜୟ କେତନଙ୍କ ଅଫିସ୍ ସହ ଅନ୍ୟ କେତେକ ସ୍ଥାନରେ ଚଢାଉ କରାଯାଇଥିଲା। ରାଜ୍ୟ ସରକାରଙ୍କ ମୋ ସରକାର ‌କାର୍ୟ୍ୟକ୍ରମ ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ମତାମତ ସଂଗ୍ରହରୁ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଟ୍ରାପ କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories