www.samajalive.in
Saturday, December 13, 2025
18.1 C
Bhubaneswar

କର୍କଟ ସଚେତନ ନୁହନ୍ତି ୭୦ ପ୍ରତିଶତ ଲୋକ : ବର୍ଷକରେ ୫୦ ହଜାର ପୀଡ଼ିତ , ମୁଖଗହ୍ବରରେ ପୀଡ଼ିତ ୪୦ %

ଭୁବନେଶ୍ବର : ଆଜି ବିଶ୍ବ କର୍କଟ ଦିବସ। ରାଜ୍ୟରେ କର୍କଟ ରୋଗ ସମ୍ପର୍କିତ ଅନେକ ‌ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ‘କର୍କଟକୁ ଜାଣିବା, କର୍କଟକୁ ଜିଣିବା’ ଅଭିଯାନ ମାଧ୍ୟମରେ ବହୁ ଉପାଦେୟ କଥା କହୁଛନ୍ତି। ତଥାପି କର୍କଟ ରୋଗ କମିବାର ନାଁ ଧରୁନି। ଟିମ୍‌ ଆଡ୍‌ମାର୍କର ମୁଖ୍ୟ ନିଶିକାନ୍ତ ମିଶ୍ରଙ୍କ କହିବା ଅନୁସାରେ କର୍କଟକୁ ଭଲ ଭାବେ ନ ଜାଣିବା ବଡ଼ ବିପଦ ହୋଇଛି। କ୍ୟାନ୍‌ସର ସମ୍ପର୍କିତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ଅନୁସନ୍ଧାନରୁ ଓଡ଼ିଶାରେ ୭୦ରୁ ୮୦ ପ୍ରତିଶତ ଲୋକ କ୍ୟାନ୍‌ସର ପ୍ରତି ସଚେତନ ନୁହନ୍ତି। ସେମାନେ ଏହି ରୋଗ ସମ୍ପର୍କରେ ଯଥେଷ୍ଟ ଧାରଣା, ଭୟ, ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ ସମ୍ପର୍କିତ ଜ୍ଞାନ ନାହିଁ। ଫଳରେ ଏହି ରୋଗ ଚିହ୍ନଟ ବେଳକୁ ଅନେକ ୩ୟ କିମ୍ବା ଚତୁର୍ଥସ୍ତରରେ ପହଞ୍ଚି ଯାଉଛନ୍ତି। ଏପରିକି ଅକାଳରେ ସେମାନଙ୍କ ମୃତ୍ୟୁ ଘଟୁଛି । ଓଡ଼ିଶା ଏପର୍ଯ୍ୟନ୍ତ ନ୍ୟାସ୍‌ନାଲ୍‌ କ୍ୟାନ୍‌ସର ରେଜିଷ୍ଟ୍ରି ଅନ୍ତର୍ଭୁକ୍ତ ହୋଇନଥିବାରୁ ଓଡ଼ିଶାରେ କେତେ କର୍କଟ ରୋଗୀ ତାହା ଜଣା ପଡ଼ିନାହିଁ। ମାତ୍ର ସ୍ବେଚ୍ଛାସେବୀ ସଂଗଠନର ଆକଳନ ମୁତାବକ ପ୍ରତିବର୍ଷ ୫୦ହଜାର ଲୋକ କର୍କଟ ରୋଗର ଶିକାର ହେଉଛନ୍ତି। ଏମାନଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ କେବଳ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଏମ୍‌ସର ଏକ ବିଭାଗରେ ସରକାରୀ ଭାବେ କ୍ୟାନ୍‌ସର ଚିକିତ୍ସା କରାଯାଉଛି। ଦକ୍ଷ ଡାକ୍ତରଙ୍କ ଅଭାବ ଯୋଗୁଁ କ୍ୟାନ୍‌ସରରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ପ୍ରେସ କ୍ଲବ ଅଫ୍ ଓଡ଼ିଶା କାର୍ଯ୍ୟାଳୟରେ କର୍କଟ ରୋଗ ସମ୍ପର୍କରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ନେଇ ନିକଟରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଅବସରରେ ବୀରେନ ଦାସ ଏହି ସୂଚନା ଦେଇଛନ୍ତି।

ମହମ୍ମଦ ଇମ୍ରାନ ଅଲ୍ଲୀ କହିଛନ୍ତି, ମଣିଷ ଶରୀରରେ ନଖ ଓ ଚୁଟିକୁ ଛାଡ଼ିଦେଲେ ଆଉ ସବୁ ଅଙ୍ଗରେ କ୍ୟାନ୍‌ସର ହେବା ସମ୍ଭାବନା ରହିଛି। ତେଣୁ ସେଥିମଧ୍ୟରୁ ୪୦-୫୦ ପ୍ରତିଶତ ମୁଖ ଗହ୍ବର କର୍କଟରେ ଆକ୍ରାନ୍ତ ହୋଇଥାନ୍ତି। ଅଧିକାଂଶ ତମାଖୁ ସେବନ କାରଣରୁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ମହିଳାଙ୍କ କ୍ଷେତ୍ରରେ ଅନେକଙ୍କୁ ସ୍ତନ କର୍କଟ ହୋଇଥାଏ। ଏ କ୍ଷେତ୍ରରେ ପ୍ରାଥମିକସ୍ତରରୁ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ବରଗଡ଼ରେ ୬୪ ପ୍ରତିଶତ ଚାଷୀ ବିନା ଗ୍ଲୋବ୍‌ସ, ବୁଟ୍‌, ଟାୱେଲ୍‌, ଫୁଲ୍‌ ପ୍ୟାଣ୍ଟ୍‌ ଓ ଫୁଲ୍‌ ସାର୍ଟରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରୁଛନ୍ତି। ତେଣୁ ଏହି କାରଣ ଅନେକଙ୍କୁ କର୍କଟ ରୋଗ ହେଉଛି ବୋଲି ସ୍ବେଚ୍ଛାସେବୀ ନିତାଇ ପାଣିଗ୍ରାହୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରେଖା ଦାସ, ସୁଶ୍ରୀ ମିଶ୍ର, ଲିଲି ଜେନାମଣି, ଡ.ମମତା ଦାସ ପ୍ରମୁଖ ଉପସ୍ଥିତ ରହି କର୍କଟକୁ ଜାଣିବା ଓ ଜିଣିବା ଉପରେ ମତାମତ ପ୍ରଦାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories