www.samajalive.in
Friday, December 12, 2025
14.1 C
Bhubaneswar

୭୦କୋଟି ମୂଲ୍ୟର ରୋଜ୍‌ ଭ୍ୟାଲି ସମ୍ପତ୍ତି ଜବତ : କଲକାତା ନାଇଟ ରାଇଡର୍ସର ୧୧କୋଟି

ନୂଆଦିଲ୍ଲୀ : ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତିନି ସଂସ୍ଥାର ୭୦​କୋଟି ୧୧ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଏଥିରେ ସେଣ୍ଟ ଜାଭିୟର୍ସ କଲେଜ, ମଲ୍ଟିପଲ ରିସର୍ଟସ୍‌ ପ୍ରାଇଭେଟ ଲିମିଟେଡ, ଅଭିନେତା ଶାହରୁଖ ଖାଁଙ୍କ ମାଲିକାନାରେ ଥିବା ଆଇପିଏଲ କ୍ରିକେଟ ଟିମ୍‌ କଲକାତା ନାଇଟ ରାଇଡର୍ସ ସ୍ପୋର୍ଟସ୍‌ ପ୍ରାଇଭେଟ ଲିମିଟେଡର ବ୍ୟାଙ୍କ ଏକାଉଣ୍ଟ ସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ଏଥିମଧ୍ୟରେ ପଶ୍ଚିମବଙ୍ଗରେ ଏକ ହୋଟେଲ ଓ ୨୫ଏକର ଜମି ସହିତ ମୁମ୍ବଇର ଏକ ଫ୍ଳାଟ ରହିଛି। ଜବତ ବ୍ୟାଙ୍କ ଏକାଉଣ୍ଟରେ ୧୬କୋଟି ୨୦ଲକ୍ଷ ଟଙ୍କା ଜମା ଥିବାବେଳେ ଏଥିରୁ କଲକାତା ନାଇଟ ରାଇଡର୍ସର ୧୧କୋଟି ୮୭ଲକ୍ଷ ଟଙ୍କା ରହିଛି।

ବେଆଇନ ଅର୍ଥ କାରବାର ନିୟନ୍ତ୍ରଣ ଆଇନ ବଳରେ ଏହି ସମ୍ପତ୍ତି ଜବତ କରାଯାଇଛି। ଜବତ ୨୪ଏକର ଜମି ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ରାମନଗର ଓ ମହିଷଦଲ ଅଞ୍ଚଳରେ ରହିଥିଲାବେଳେ ଅବଶିଷ୍ଟ ଗୋଟିଏ ଏକର ଜ୍ୟୋତି ବସୁ ନଗରଠାରେ ଅଛି। ଜବତ ଫ୍ଲାଟ ମୁମ୍ବଇର ଦୀପକ ଚାମ୍ବର୍ସଠାରେ ରହିଛି। ସେହିପରି କଲକାତାର ରୋଜଭ୍ୟାଲି ଗ୍ରୁପ୍‌ ଅଧୀନ ଥିବା ​ହୋଟେଲ ଜବତ ହୋଇଛି। ୨୦୧୪ରେ ରୋଜ୍‌ଭ୍ୟାଲି ବିରୋଧରେ ଇଡି ମାମଲା ରୁଜୁ କରିଥିଲା ଓ ଏହାର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କୁ ୨୦୧୫ରେ ଗିରଫ କରାଯାଇଥିଲା। ଅଦ୍ୟାବଧି ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ବର୍ତ୍ତମାନର ସମ୍ପତ୍ତି ଜବତକୁ ମିଶାଇଲେ ମୋଟ ଜବତ ସମ୍ପତ୍ତିର ପରିମାଣ ୪୬୫୦କୋଟିରେ ପହଞ୍ଚିଛି। ରୋଜଭ୍ୟାଲି ବିରୋଧରେ ୧୭ହଜାର ୫୨୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ଅଭିଯୋଗ ରହିଥିଲାବେଳେ ସେଥିରୁ ୧୦ହଜାର ୮୫୦କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରସ୍ତ ହୋଇଛି ଏବଂ ଅବଶିଷ୍ଟ ୬ହଜାର ୬୭୦କୋଟି ଟଙ୍କା ଅଦ୍ୟାବଧି ଲୋକଙ୍କୁ ଫେରସ୍ତ ହୋଇ ନାହିଁ।

- Advertisement -

ଏହି ମାମଲାରେ କଲକାତା ନାଇଟ ରାଇଡର୍ସର ନିର୍ଦେଶକମାନଙ୍କୁ ଇଡି ଓ ସିବିଆଇ ଜେରା କରିଥିଲା। ସେମାନଙ୍କ ମଧ୍ୟରେ ଶାହରୁଖଙ୍କ ପତ୍ନୀ ଗୌରୀ ଖାଁ, ଅଭିନେତ୍ରୀ ଜୁହି ଚାୱଲା ଓ ତାଙ୍କ ସ୍ବାମୀ ଜୟ ମେହତା ଏବଂ ସଂସ୍ଥାର ସିଇଓ ଭେଙ୍କଟେଶ ମୈଶୂର ଅନ୍ତର୍ଭୁକ୍ତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories