www.samajalive.in
Friday, December 12, 2025
14.1 C
Bhubaneswar

ସରକାରୀ ପ୍ରଚେଷ୍ଟାରେ ବି ସମ୍ଭବ ପତିତ ଜମିରେ ନୂଆ ଜଙ୍ଗଲ

ରାମଚନ୍ଦ୍ରପୁର, ୩ା୨ (ଉମାକାନ୍ତ ସାହୁ): ସରକାରୀ କର୍ମଚାରୀ ଓ ଅଧିକାରୀ ସାଧାରଣତଃ ଠିକ୍‌ଭାବେ କାର୍ଯ୍ୟ ତୁଲାଉନଥିବା ଅଭିଯୋଗ ହୋଇଥାଏ। ତେବେ ଯେଉଁଠାରେ ସେମାନେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରନ୍ତି, ସେଠାରେ ସବୁକିଛି ସମ୍ଭବ ହୋଇପାରେ। ଏହାର ଉଦାହରଣ ଦେଖିବାକୁ ମିଳିଛି ଆନନ୍ଦପୁର ବନଖଣ୍ଡ ଅଞ୍ଚଳରେ। ବନବିଭାଗ ପକ୍ଷରୁ ଏହି ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ଲାଗି ରହିଥିବା ୫୫ ହେକ୍ଟର ଜଙ୍ଗଲ ଜମିରୁ ଅବରୋଧ ହଟାଯାଇ ତିନିବର୍ଷ ତଳେ ସେଠାରେ ବନୀକରଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସେତେବେଳେ ତାହା ପତିତ ଜମି ଥିଲା। ସ୍ଥାନୀୟ ଆନନ୍ଦପୁର ଡିଏଫଓ ଅଜିତକୁମାର ଶତପଥିଙ୍କ ନିର୍ଦେଶ କ୍ରମେ ରାମଚନ୍ଦ୍ରପୁର ବନପାଳ ମଳୟକୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାକୁଣ୍ତା, କୃଷ୍ଣଚୂଡ଼ା, ବର, ଅଶ୍ବତ୍‌ଥ, ଅର୍ଜୁନ, ଡିମିରି, ରାଧାଚୂଡା, କରଞ୍ଜ ପ୍ରଭୃତି ଚାରା ରୋପଣ କରାଯାଇଥିଲା। ସେସବୁରେ ତାରବାଡ଼ ବୁଲା ଯାଇ ଖରାଦିନରେ ଗଛ ମୂଳରେ ପାଣି ଏବଂ ସାରଦେବା ପର୍ଯ୍ୟନ୍ତ ସବୁକାର୍ଯ୍ୟ ନିୟମିତ ଠିକଭାବେ ପରିଚାଳନା କରାଯିବାର ସୁଫଳ ଏବେ ଦେଖିବାକୁ ମିଳିଛି। ତିନି ବର୍ଷ ବ୍ୟବଧାନରେ ଗଛଗୁଡ଼ିକ ଆଜି ବଡ଼ହୋଇ ଘଞ୍ଚ ଜଙ୍ଗଲରେ ପରିଣତହୋଇଛି।

ବର୍ତ୍ତମାନ ଉକ୍ତ ନୂତନ ଜଙ୍ଗଲ ମଧ୍ୟରେ ହରିଣ ପ୍ରବେଶ କରି ଡାଳପତ୍ର ଖାଇବା ସହ ନିର୍ଦ୍ବନ୍ଦ୍ବରେ ବିଚରଣ କରିପାରୁଛନ୍ତି। ବରାଙ୍ଗ ସଂରକ୍ଷିତ ଜଙ୍ଗଲର ପରିସୀମା ୧୩୩୦ ହେକ୍ଟର ପରିବ୍ୟାପ୍ତ ହୋଇଥିବାବେଳେ ଏହାର କଳେବର ଏବେ ବୃଦ୍ଧି ପାଇ ହରିଣ ବଂଶବୃଦ୍ଧିରେ ସହାୟକ ହୋଇଛି। ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ ଏବଂ ପୂର୍ବତନ ପିସିସିଏଫ୍ ତଥା ବର୍ତ୍ତମାନର ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ଅଚାନକ ପରିଦର୍ଶନରେ ଆସି ଏହି ବନପ୍ରକଳ୍ପ ବୁଲି ସନ୍ତୋଷ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟରେ ଫରେଷ୍ଟଗାର୍ଡ ଅବିନାଶ ପରିଡା, ଜ୍ୟୋତ୍ସ୍ନାମୟୀ ଜେନାଙ୍କ ସମେତ ବନ ସୁରକ୍ଷା କର୍ମୀମାନେ ସାମିଲ ହୋଇଛନ୍ତି। ସ୍ଥାନୀୟ ପୁରୁଣାବାନ୍ଧଗୋଡା, ନଣ୍ତାବର, ବିଲାବନ୍ଧ, ନାନିକାବାହାଳି, କୀର୍ତ୍ତନପାଟିଆ, ତିଗିରିଆର ଜନସାଧାରଣ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।

- Advertisement -

ସ୍ଥାନୀୟ ସରପଞ୍ଚ ପ୍ରଦୀପକୁମାର ଧୀର ଏବଂ ପରିବେଶବିତ୍‌ ନୃସିଂହଚରଣ ଧୀରଙ୍କ ମତରେ ଏହି ନୂତନ ଜଙ୍ଗଲ ଭିତରେ ଥିବା ତଳିଆ ସ୍ଥାନରେ ଏକ ଚେକ ଡ୍ୟାମ ନିର୍ମାଣ କରାଗଲେ ଗ୍ରୀଷ୍ମଦିନରେ ଜୀବଜନ୍ତୁଙ୍କ ଜଳକଷ୍ଟ ଦୂର ହେବା ସହ ବର୍ଷାଜଳ ସଂରକ୍ଷଣ ହୋଇପାରନ୍ତା। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଯୋଗୁ ଖୁବ ଅଳ୍ପଦିନ ମଧ୍ୟରେ ଏଥିରେ ସଫଳତା ମିଳିଲା ବୋଲି ବନପାଳ ଶ୍ରୀ ସାହୁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories