www.samajalive.in
Friday, December 12, 2025
14.1 C
Bhubaneswar

ମୁହଁରେ ବଢୁଛି ଅସ୍ୱାଭାବିକ ମାଂସପିଣ୍ଡୁଳା : ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ

କେନ୍ଦୁଝର  : ଚିକିତ୍ସା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସରକାରୀ ଦଳର ନେତାମାନେ ବିଭିନ୍ନ ସଭାସମିତିରେ ଭାଷଣବାଜି କରିଆସୁଥିଲେ ହେଁ ବାସ୍ତବରେ ତାହା ପ୍ରହସନରେ ପରିଣତ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। କେନ୍ଦୁଝର କାଳୀପଡ଼ିଆସ୍ଥିତ ନଗରଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ସେଥିରେ ଯନ୍ତ୍ରଣା ଜର୍ଜ୍ଜରିତ ଜଣେ ଅସହାୟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ମୁହଁରେ ଅସ୍ୱାଭାବିକ ଭାବେ ମାଂସପିଣ୍ଡୁଳା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ତେବେ ଆଶ୍ଚର୍ଯ୍ୟର କଥା, ତାଙ୍କର ଅସ୍ତ୍ରୋପଚାର ପାଇଁ ସରକାରୀ କଳ ସମ୍ପୂର୍ଣ୍ଣ ରୂପେ ନିର୍ଦୟ ହୋଇପଡ଼ିଥିବାରୁ ତାଙ୍କର ଅସ୍ତ୍ରୋପଚାର ପାଇଁ ଏଯାବତ୍‍ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଫଳରେ ସେମାନେ ଅତ୍ୟନ୍ତ କଷ୍ଟସାଧ୍ୟ ଜୀବନ ବିତାଉଛନ୍ତି।

ବଲାଙ୍ଗୀର ଜିଲା ଅନ୍ତର୍ଗତ ବାଲିପଦର ଅଞ୍ଚଳର ମୂଳବାସିନ୍ଦା ସ୍ୱର୍ଗତଃ ଶ୍ରୀକର ବାଗ୍‍ଙ୍କ ପୁଅ ମନବୁତ ବାଗ (୩୨) ଆଜକୁ ୨୦ ବର୍ଷ ହେଲା ନିଜ ମୁହଁରେ ପ୍ରାୟ ୬କିଲୋ ଓଜନର ମାଂସପିଣ୍ଡୁଳାର ଭାର ବୁହାଇଚାଲିଛନ୍ତି। ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେତେବେଳେ ମୁହଁରେ ଗୋଟିଏ ଛୋଟିଆ ବଥ ବାହାରି ପରବର୍ତ୍ତୀ ପର୍ଯ୍ୟାୟରେ ଏଭଳି ଅବସ୍ଥାରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ତାଙ୍କର କେହି ନିଜର ଲୋକ ନଥିବାରୁ ଏହି ଅସହ୍ୟ ଯନ୍ତ୍ରଣା ପ୍ରତି କାହାର ଦୃଷ୍ଟି ପଡ଼ି ନଥିଲା। ଅବଶ୍ୟ କେତେକ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସେ କଟକ ବଡ଼ ଡ଼ାକ୍ତରଖାନା ଯାଇଥିଲେ ହେଁ ଏହା ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ଦର୍ଶାଇ ତାଙ୍କୁ ଫେରେଇ ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଏବେ ସେ ଭଗବାନଙ୍କ ଭରସାରେ ସମୟ ଅତିବାହିତ କରୁଥିବା ଜଣାପଡ଼ିଛି। ମନବୁତଙ୍କ ରୋଜଗାର ଉପରେ ପରିବାର ନିର୍ଭରଶୀଳ।ହେଲେ ଆଜି ସେ ରୋଜଗାର ହରାଇ ଏବେ ପରିବାର ଲୋକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛନ୍ତି। ମନବୁତଙ୍କ ଚିକିତ୍ସା ପାଇଁ ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ଦାବି ହୋଇଛି। ତାଙ୍କୁ ସହାୟତା ପାଇଁ ଆଗ୍ରହୀ ବ୍ୟକ୍ତି ମୋବାଇଲ ନଂ ୯୩୩୭୦୯୪୮୧୨ରେ ଯୋଗାଯୋଗ କରିପାରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories