www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତରପ୍ରଦେଶ : ୪ ଦିନରେ ୧୦୮ ପିଏଫଆଇ ସଦସ୍ୟ ଗିରଫ

ଲକ୍ଷ୍ନୌ :  ଉତ୍ତରପ୍ରଦେଶ ପୁଲିସ୍‍ ଗତ ୪ ଦିନ ଭିତରେ ପପୁଲାର ଫ୍ରଣ୍ଟ ଅଫ୍‍ ଇଣ୍ଡିଆ (ପିଏଫଆଇ) ସହ ସମ୍ପୃକ୍ତ ୧୦୮ ଜଣଙ୍କ ଲୋକଙ୍କୁ ହିଂସାକୁ ଉସକାଉଥିବାର ଅଭିଯୋଗରେ ଗିରଫ୍‍ କରିଛି । ରାଜ୍ୟ ଘରୋଇ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅବନିଶ କେ. ଅବସ୍ତି  କହିଛନ୍ତି, ସେହି ସଂଗଠନର ୧୦୮ ଜଣ ଲୋକଙ୍କୁ ଗିରଫ୍‍ କରାଯାଇଛି ଓ ଏହା ବ୍ୟତୀତ ପୂର୍ବରୁ ଆଉ ୨୫ ଜଣଙ୍କୁ ଗିରଫ୍‍ କରାଯାଇ ସାରିଛି। ସେମାନେ ରାଜ୍ୟରେ ହିଂସାକୁ ଉସକାଉଥିବାର ଅଭିଯୋଗ ରହିଛି । ସେ କହିଛନ୍ତି, ସଂଗଠନ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ତାହା ମଧ୍ୟରେ ସେମାନଙ୍କୁ କେଉଁଠାରୁ ପାଣ୍ଠି ମିଳୁଛି ସେ ବିଷୟରେ ମଧ୍ୟ ତଦାରଖ କରାଯାଇଛି। ଶ୍ରୀ ଅବସ୍ତି କହିଛନ୍ତି, ପୁଲିସ୍‍ ଏ କ୍ଷେତ୍ରରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ସହାୟତା ନେଇଛି। ଗତବର୍ଷ ଡିସେମ୍ବର ମାସରେ ଉତ୍ତରପ୍ରଦେଶ ପୁଲିସ୍‍ ପି.ଏଫ୍‍.ଆଇ. ଉପରେ ନିଷେଧାଜ୍ଞା ଲାଗୁ କରାଯିବାକୁ ଚାହିଁଥିଲା । ନାଗରିକ ସଂଶୋଧନ ଆଇନ୍‍ ବିରୁଦ୍ଧରେ ରାଜ୍ୟ ବ୍ୟାପୀ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ଦୃଷ୍ଟିରୁ ଏହି ପକ୍ଷେପ ନିଆଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories