ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଷ୍ଟିୟରିଂ କମିଟି

0

ଭୁବନେଶ୍ୱର : ମହାନଦୀ ଏବଂ ପୋଲାଭରମ୍ ପ୍ରସଙ୍ଗରେ ବିଜୁଜନତା ଦଳ ପକ୍ଷରୁ ଦଳର ୪ଜଣ ବରିଷ୍ଠ ନେତା ଓ ସାଂସଦଙ୍କୁ ନେଇ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୌମ୍ୟ ରଂଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ କିଛି ଦିନ ତଳେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଚନ୍ଦ୍ର ଶେଖର ସାହୁଙ୍କୁ ନେଇ ଏହି ଷ୍ଟିୟରିଂ କମିଟି ଗଠନ କରାଯାଇଛି।  ଏସମ୍ପର୍କରେ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ପୁରୀ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କନ୍ଧମାଳ ଓ ମୟୁରଭଞ୍ଜ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଦଳ ପକ୍ଷରୁ ମନୋନୀତ କରାଯାଇଛି ।

Leave A Reply