www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ଭାଇରସ ଆତଙ୍କ: ଚୀନରେ ପୋଷା କୁକୁର ଓ ବିଲେଇକୁ ମାରି ରାସ୍ତାକୁ ଫିଙ୍ଗିଲେ

ଚୀନରେ କରୋନା ଭାଇରସ ଏଭଳି ଭୟାନକ ସ୍ତରରେ ପହଞ୍ଚିଛି, ଲୋକେ ଘରେ ଥିବା ପୋଷା କୁକୁର ଓ ବିଲେଇକୁ ମାରି ଫିଙ୍ଗି ଦେଉଛନ୍ତି। ଚୀନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ପ୍ରଭାବିତ ସହରରେ ଲୋକେ ଭୟବୀତ ହୋଇ ପଡିଛନ୍ତି। ନିଜ ଘରେ ରଖିଥିବା ପୋଷା କୁକୁର ଓ ବିଲେଇକୁ ମାରି ବାହାରେ ଫିଙ୍ଗି ଦେଉଛନ୍ତି। କାରଣ ପୋଷା ପଶୁଙ୍କ ଦ୍ବାରା କରୋନା ଭାଇରସ ବ୍ୟାପୁଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଚୀନର ତିଆନଜିନ୍ ସହରରେ ଫ୍ଲାଟ ବାହାରେ ମୃତ କୁକୁରକୁ ଉଦ୍ଧାର କରାଯାଇଛି। ସେହିପରି ସଂଘାଇ ସହରରେ ୫ଟି ବିଲେଇର ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟଲୋକଙ୍କ ଦ୍ବାରା ଏହା ସ୍ପଷ୍ଟ ହୋଇଛି ଯେ ମୃତ କୁକୁର ଓ ବିଲେଇ ପୋଷା ଥିଲେ।

- Advertisement -

ଏହା ପୂର୍ବରୁ ଚୀନର ବୁହାନ ସହରରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା, ରାସ୍ତାରେ ଚାଲୁଥିବା ସମୟରେ କିଛି ଲୋକ ଟଳି ପଡୁଥିଲେ ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories