www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ଭାଇରସ ଭୟ: ଚୀନ ନାଗରିକଙ୍କ ଇ-ଭିସା ସୁବିଧା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି। ଚୀନ ସହ ଏହି ମାରାତ୍ମକ ଭାଇରସ୍ ବିଶ୍ବର ବିଭିନ୍ନ ଦେଶରେ ବର୍ତ୍ତମାନ ତାର କାୟା ବିସ୍ତାର କରିବାକୁ ଲାଗିଛି । କରୋନା ଭାଇରସର ଏହି ଭୟଙ୍କର ସ୍ଥିତି ପାଇଁ ଭାରତ ସତର୍କତା ମୂଳକ ଭାବେ ଚୀନ ନାଗରିକ ଏବଂ ଚାଇନାରୁ ଆସୁଥିବା ବିଦେଶି ନାଗରିକଙ୍କ ଇ-ଭିସା ସୁବିଧାକୁ ବାତିଲ କରିଦେଇଛି।

ଏନେଇ ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରି କୁହାଯାଇଛି କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ସାମୟିକ ଭାବେ ବାତିଲ କରାଯାଇଛି। ଏହା ସମସ୍ତ ଚାଇନା ପାସପୋର୍ଟ ସହ ପିପୁଲ୍ସ ରିପବ୍ଲିକ୍ ଚାଇନାରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେଲା କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ବର୍ତ୍ତମାନ ଆଉ ବୈଧ ନୁହେଁ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଯାହାର ମଧ୍ୟ ଭାରତ ଗସ୍ତ କରିବା ଜରୁରୀ ଅଛି, ସେମାନେ ସାଂଘାଇ ଏବଂ ଗୁଆଙ୍ଗଝୋଉ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିପାରିବେ। କରୋନା ଭାଇରସ ପାଇଁ ଭାରତ ପକ୍ଷରୁ ଚୀନରେ ରହିଥିବା ଭାରତୀୟ ମାନଙ୍କୁ ଭାରତ ଫେରାଇଆଣିବା ପକ୍ରିଆ ଜାରି ରହିଛି। ରବିବାର ଚୀନରୁ ୩୨୩ ଭାରତୀୟ ଏବଂ ୭ ମାଳଦୀପ ନାଗରିକଙ୍କ ସମେତ ୩୩୦ ଜଣଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଭାରତରେ ପହଞ୍ଚିଛି।

- Advertisement -

ଏଠାରେ ସୂଚନାଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ୩୦୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ପ୍ରାୟ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରିସାରିଲାଣି। ଏହା ବ୍ୟତିତ୍ ଭାରତ, ଆମେରିକା ଏବଂ ବ୍ରିଟେନ୍ ସମେତ ୨୫ଟି ଦେଶରେ ଏହି ଭାଇରସର ଉପସ୍ଥିତି ଠାବ କରାଯାଇଛି। ରବିବାର ଚୀନ ବ୍ୟତିତ ଫିଲିପାଇନ୍ସର ଜଣେ ନାଗରିକ କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି। ଏହା କରୋନା ଭାଇରସରେ ଚାଇନା ବାହାରେ ପ୍ରଥମ ମୃତ୍ୟୁ ବୋଲି ଜଣାପଡିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories