www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତ ଆସିପାରିଲେନି ୬ ଛାତ୍ର – ଅତ୍ୟଧିକ ଜ୍ୱର ନେଇ କରୋନା ସଂକ୍ରମଣ ସନ୍ଦେହ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ସଂକ୍ରମଣ ସନ୍ଦେହରେ ଚୀନର ଊହାନ ସହରରୁ ଭାରତ ଆସିଥିବା ସ୍ୱତନ୍ତ୍ର ବିମାନରେ ୬ ଜଣ ଛାତ୍ର ଆସିପାରିନାହାନ୍ତି। ସେମାନଙ୍କୁ ଅତ୍ୟଧିକ ଜ୍ୱର ହୋଇଥିବା ଜଣାପଡିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର ବିମାନରେ ଆସିବାକୁ ଅନୁମତି ଦିଆଯାଇନଥିଲା। ପ୍ରଥମ ପର୍ଯ୍ୟାୟରେ ୩୨୪ ଜଣ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି।

ସମ୍ପୃକ୍ତ ୬ ଜଣ ଛାତ୍ରଙ୍କଠାରେ ଅତ୍ୟଧିକ ତାପମାତ୍ରା ରହିଥିବା ଜଣାପଡିବା ପରେ ଚୀନର ଇମିଗ୍ରେସନ ଅଧିକାରୀ ସେମାନଙ୍କୁ ବିମାନରେ ଚଢ଼ିବାକୁ ବାରଣ କରିଥିଲେ। ସେମାନେ କରୋନା ଭୁତାଣୁ ସଂକ୍ରମିତ ହୋଇଛନ୍ତି କି ନାହିଁ ପରୀକ୍ଷା ପରେ ଜଣାପଡିବ। ଊହାନରେ ଭାରତୀୟଂକୁ ଆଣିବା ପୂର୍ବରୁ ଭାରତୀୟ ଦୂତାବାସ ପକ୍ଷରୁ ଅବଗତ କରାଇ ଦିଆଯାଇଥିଲା ଯେ ବିମାନରେ ବସିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ପରୀକ୍ଷା କରାଯିବ ଓ ଭାରତରେ ପହଁଚିବା ପରେ ସେମାନଙ୍କୁ ୧୪ଦିନ ପାଇଁ ସ୍ୱତନ୍ତ୍ର ସେନା ଯାଞ୍ଚ କ୍ୟାମ୍ପରେ ରଖାଯିବ।

- Advertisement -

ଶନିବାର ସକାଳେ ଦିଲ୍ଲୀରେ ପହଁଚିଥିବା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ୨୧୧ ଜଣ ଛାତ୍ର, ୧୧୦ ଜଣ ପେଶାଦାର କର୍ମଚାରୀ ଓ ୨ ଜଣ ଛୋଟ ପିଲା ଥିବା ଜଣାପଡିଛି। ଇତି ମଧ୍ୟରେ ଏୟାର ଇଣ୍ଡିଆର ଆଉ ଏକ ସ୍ୱତନ୍ତ୍ର ବିମାନ ବଳକା ଭାରତୀୟଂକୁ ଆଣିବା ପାଇଁ ଊହାନରେ ପହଁଚିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories