www.samajalive.in
Friday, December 12, 2025
16.1 C
Bhubaneswar

ପଦ୍ମଶ୍ରୀ ବିଜେତା ପ୍ରଫେସର ରାଧାମୋହନଙ୍କୁ ‘ସମାଜ’ ପକ୍ଷରୁ ସମ୍ବର୍ଦ୍ଧନା

କଟକ: ପୂର୍ବତନ ରାଜ୍ୟ ସୂଚନା କମିଶନର ତଥା ୨୦୨୦ ମସିହାର ପଦ୍ମଶ୍ରୀ ବିଜେତା ପ୍ରଫେସର ରାଧାମୋହନଙ୍କୁ ଶନିବାର ସନ୍ଧ୍ୟାରେ କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଦୈନିକ ଖବରକାଗଜ ସମାଜର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ପକ୍ଷରୁ କାର୍ଯ୍ୟକାରୀ ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି ଓ ପରାମର୍ଶଦାତା ମହେଶ ଶର୍ମା ପ୍ରଫେସର ରାଧାମୋହନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ୭୧ତମ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଓଡ଼ିଶାର ୧୨ ଜଣଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅନବଦ୍ୟ ଅବଦାନ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। କୃଷି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଥିଲା। ଆଗାମୀ ଦିନରେ ସେ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିବେ।

୧୯୪୩ ମସିହା ଜାନୁଆରୀ ୩୦ରେ ନୟାଗଡ଼ର ରଙ୍ଗଣୀ ଗାଁରେ ଜନ୍ମ ଗ୍ରହଣ କରିଥିବା ରାଧାମୋହନ ୧୯୬୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାୟୋଗିକ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ଓଡ଼ିଶାର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୀହିନନା ବିଭାଗରେ କାର୍ଯ୍ୟ କରିଥିଲେ। ‘ସମ୍ଭବ’ ନାମକ ବେସରକାରୀ ଅନୁଷ୍ଠାନ ଗଠନ କରି ପ୍ରଫେସର ରାଧାମୋହନ ଲିଙ୍ଗଗତ ନ୍ୟାୟ ଏବଂ ସତତ ବିକାଶ ଉପରେ ଅନେକ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ ‘ଦ ଗ୍ଲୋବାଲ ରୋଲ ଅଫ ଅନର’ ଏବଂ ‘ଉତ୍କଳ ସେବା ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories