www.samajalive.in
Friday, December 12, 2025
14.1 C
Bhubaneswar

ସୋହେଲ୍‌ଙ୍କ ପ୍ରତିକ୍ରିୟା

ମୁମ୍ବଇ : ସଲମାନ୍ ଖାନ୍‌ଙ୍କ ସାନ ଭାଇ ସୋହେଲ୍ ଖାନ୍ ଆଜିକାଲି ପ୍ରଯୋଜନା ଦାୟିତ୍ବରେ ବ୍ୟସ୍ତ ଅଛନ୍ତି। ବଲିଉଡରେ ସେ ଜଣେ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ବଡ଼ ଭାଇଙ୍କ ପରି ସଫଳ ହୋଇପାରିନଥିଲେ। ଏଣୁ ସମୟ କ୍ରମେ ସୋହେଲ୍ ପ୍ରଯୋଜନା ଓ ନିର୍ଦେଶନା ଦିଗ ପ୍ରତି ଆଗ୍ରହୀ ହୋଇଥିଲେ। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ ସୋହେଲ୍ କହିଛନ୍ତି, ଇଣ୍ଟରନେଟ୍‌ ବ୍ୟବହାର କାରଣରୁ ଆଜିର ପିଲାମାନଙ୍କ ସ୍ମୃତି ଶକ୍ତି ଅନେକାଂଶରେ ପ୍ରଭାବିତ ହୋଇଛି। ଯେ ​‌କୌଣସି ପ୍ରଶ୍ନ ପଚାରିଲେ, ସେମାନେ ତୁରନ୍ତ ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟ୍‌ରେ ଏହାର ଉତ୍ତର ଖୋଜି କହୁଛନ୍ତି। ଏପରିକି ନିଜ ପୁଅ, ପୁତୁରାଙ୍କ ବାବଦରେ ମଧ୍ୟ ସେ ସମାନ ମତାମତ ଦେଇଛନ୍ତି। ଘଣ୍ଟାଘଣ୍ଟା ସ୍ମାର୍ଟଫୋନ୍ ସହ ସମୟ ଅତିବାହିତ କରିବାକୁ ପିଲା ପସନ୍ଦ କରୁଛନ୍ତି। ତାଙ୍କ ପୁଅ ସହ ସେ କଥା ହେବାକୁ ଚାହିଁଲେ, ପୁଅର ସେସବୁ ପ୍ରତି ଆଦୌ ଆଗ୍ରହ ନାହିଁ। ବରଂ ଫୋନ୍‌‌ରେ ଗେମ୍ ଖେଳିବାରେ ପିଲାଏ ଧୂରୀଣ। ଅଭିଭାବକ ଏବେଠାରୁ ସଚେତନ ନ ହେଲେ ଆଗାମୀ ଦିନରେ ପରିଣାମ ଭୟଙ୍କର ହୋଇପାରେ ବୋଲି ସୋହେଲ୍‌ଙ୍କ ମତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories