www.samajalive.in
Sunday, December 14, 2025
16.1 C
Bhubaneswar

ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟଙ୍କ ଆଜି ଜନ୍ମ ଜୟନ୍ତୀ

ଭୁବନେଶ୍ବର: ପଞ୍ଜାବ କେଶରୀ ଭାବରେ ପରିଚିତ ଭାରତର ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ସଂଗ୍ରାମୀ ଲାଲା ଲଜପତ୍ ରାୟଙ୍କ ଆଜି ୧୫୫ତମ ଜନ୍ମ ଜୟନ୍ତୀ। ଲୋକସେବକ ମଣ୍ଡଳ ପ୍ରତିଷ୍ଠା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ମଧ୍ୟ ସେ ପ୍ରତିଷ୍ଠାତା ଥିଲେ। ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଲାଲାଜୀ ବିଭିନ୍ନ ପଦକ୍ଷେପ ନେଇଥିଲେ। ଆଜି ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ‘ସମାଜ’ ଭୁବନେଶ୍ବର କାର୍ଯ୍ୟାଳୟ ପକ୍ଷରୁ ଲାଲାଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲାରେ ଲାଲା ଲଜପତ୍ ରାୟ ଜନ୍ମଗ୍ରହଣ କରିଥିଲେ। ଜାତୀୟତାବାଦର ଜଣେ ଦୃଢ ସମର୍ଥକ ଭାବେ ସେ ଲାହୋରଠାରେ ଅଧ୍ୟୟନ କରୁଥିବା ସମୟରେ ଛାତ୍ରାବାସରେ ହଂସରାଜ ଓ ଗୁରୁଦତ୍ତଙ୍କର ମିତ୍ରତା ଲାଭ କରି ବେଦୋଦ୍ଧାରକ ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଦ୍ବାରା ସ୍ଥାପିତ ‘ଆର୍ୟ୍ୟ ସମାଜ’ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ଇଂରେଜ ସରକାର ବିରୋଧରେ ସେନାପତି ରୂପେ କାର୍ୟ୍ୟ ଆରମ୍ଭ କରିଥିଲେ। ଭାରତର ଭାଗ୍ୟ ନିର୍ଣ୍ଣୟ ପାଇଁ ବ୍ରିଟିଶ ସରକାର ଜନ୍ ସାଇମନ୍‌ଙ୍କ ନେତୃତ୍ବରେ ଏକ କମିସନ ପଠାଇଥିଲେ। କମିସନର ସଦସ୍ୟମାନେ ୧୯୨୮ ଅକ୍ଟୋବର ୩୦ରେ ଲାହୋର ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେତେବେଳେ ଲାଲାଜୀଙ୍କ ନେତୃତ୍ବରେ ଲକ୍ଷ ଲକ୍ଷ ପଞ୍ଜାବବାସୀ ସେମାନଙ୍କୁ ବିରୋଧ କରିଥିଲେ। ଏହି ସମୟରେ ଇଂରେଜ ପୁଲିସମାନେ ଲାଲାଜୀଙ୍କୁ ନିଷ୍ଠୁର ଭାବେ ଲାଠିମାଡ କରିଥିଲେ। ତା’ର ୧୮ ଦିନ ପରେ ଅର୍ଥାତ୍ ନଭେମ୍ବର ୧୭ରେ ପୁରୁଷ ସିଂହ ଲାଲାଜୀ ଇହଲୀଳା ସମ୍ବରଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories