ବାଲେଶ୍ଵର: ବାଲେଶ୍ଵର ଜିଲା ଖଇରା ଥାନା ଅନ୍ତର୍ଗତ ବରପଦା ଅଞ୍ଚଳରେ ସୋମବାର ରାତିରେ ଚୋରି କରିବା ବେଳେ ୨ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଛି। ସୂଚନା ଅନୁସାରେ, ୪ ଜଣ ଯୁବକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବରପଦା ଅଞ୍ଚଳକୁ ଯାଇଥିଲେ। ଗାଁରେ ଜଳୁଥିବା ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ସେମାନେ ତାରିଣୀ ମନ୍ଦିର, କ୍ଲବ ଘର ଏବଂ କିଛି ଲୋକଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲେ। ଗାଁ ଲୋକେ ଜାଣିପାରି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ୨ ଜଣ ଫେରାର ହୋଇଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଗ୍ରାମବାସୀ ଧରି ପୁଲିସ ଜିଲା ଦେଇଛନ୍ତି। ପୁଲିସ ଏକ ବାଇକ୍ ମଧ୍ୟ ଘଟଣାସ୍ଥଳରୁ ଜବତ କରିଛି। ଅଭିଯୁକ୍ତଙ୍କ ଘର ଭଦ୍ରକ ଜିଲାରେ ବୋଲି ଜଣାପଡ଼ିଛି।
Popular Categories



