www.samajalive.in
Saturday, December 13, 2025
26.1 C
Bhubaneswar

ମହାମାରୀ ରୂପ ନେଉଛି ‘କରୋନା’: ଚୀନରେ ୧୦୬ ମୃତ, ଭାରତରେ ୩୩ ହଜାର ବିମାନ ଯାତ୍ରୀଙ୍କୁ ଯାଞ୍ଚ

ନୂଆଦିଲ୍ଲୀ/ବେଜିଂ: ଚୀନର ଉହାନ ସହରରୁ ଅନ୍ୟ ଦେଶକୁ ବ୍ୟାପିଥିବା ଭୟଙ୍କର ‘କରୋନା’ ଭାଇରସ ଥମିବାର ନାଁ ନେଉନାହିଁ। ଚୀନରେ ଏହା ଧୀରେ ଧୀରେ ମହାମାରୀ ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୦୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୩ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪୬୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା​‌ବେଳେ ୧୩୦୦ ନୂଆ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୪୩୫୯ ଜଣଙ୍କୁ ସନ୍ଦିଗ୍ଧ ଆକ୍ରାନ୍ତ ଭାବେ ଅବଜରଭେଶନରେ ରଖାଯାଇଛି।

ଅନ୍ୟପଟେ ଭାରତରେ କରୋନା ଆତଙ୍କ ଖେଳାଇବା ଆରମ୍ଭ କରିଛି। ଚୀନରୁ କିଛି ଯାତ୍ରୀ ଭାରତ ଆସିବା ପରେ ଦେଶର ବିଭିନ୍ନ ବିମାନବନ୍ଦରରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୫୫ ବିମାନରେ ଆସିଥିବାବ ୩୩ ହଜାର ୫୫୨ ଯାତ୍ରୀଙ୍କ ଯାଞ୍ଚ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦକ୍ଷିଣ ମୁମ୍ବଇର ଜଣେ ୩୬ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଚୀନରୁ ଫେରିଥିବା ବିହାରର ଛାପ୍ରା ଅଞ୍ଚଳର ଜଣେ ଯୁବତୀଙ୍କୁ ସନ୍ଦିଗ୍ଧ ମାନି ପାଟନା ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories