www.samajalive.in
Saturday, December 13, 2025
26.1 C
Bhubaneswar

ନୂଆଦିଲ୍ଲୀରେ ଝଲସିଲା ଓଡ଼ିଆ କଳାକୃତି; ମିଳିଲା ଦ୍ବିତୀୟ ପୁରସ୍କାର

ଭୁବନେଶ୍ବର : ନୂଆଦିଲ୍ଲୀରେ ଝଲସିଲା ପାରମ୍ପରିକ ଓଡ଼ିଆ କଳାକୃତି। ବିଶ୍ବ ଦେଖିଲା ପ୍ରଜ୍ଞାପନ ମେଢ଼ରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତି। ଖାଲି ସେତିକି ନୁହେଁ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସମସ୍ତଙ୍କ ମନ ଜିଣିଥିଲା। ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀ ରାଜପଥରେ ଗଡୁଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ହେବା ସହ କରତାଳି ଦେଇ ସ୍ବାଗତ କରିଥିଲେ। ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ, ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପରିକଳ୍ପନାରେ ଏହି ମେଢ଼ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଶିଳ୍ପୀ ଛତ୍ରପତି ବିଶ୍ବାଳ ଓ ତପନ ମହାରଣା ସହଯୋଗ କରିଥିଲେ। ସୋମବାର ମେଢ଼ରେ ସାମିଲ ହୋଇଥିବା ସମସ୍ତ କଳାକାର ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନକୁ ନିମନ୍ତ୍ରିତ ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସେମାନେ କିଛି ସମୟ ବିତାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ସମସ୍ତ କଳାକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପୁରସ୍କୃତ କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଶଂସିତ ହୋଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories