www.samajalive.in
Friday, December 12, 2025
14.1 C
Bhubaneswar

ଆଜିଠୁ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

ଭୁବନେଶ୍ବର : ପଦୋନ୍ନତିରୁ ବଞ୍ଚିତ ଯୋଗ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ଠାରୁ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ଆରମ୍ଭ ହେଉଛି। ଚଳିତମାସରେ ଏହା ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ତିନିଦିନ ଧରି ଚାଲିବ। ପୂର୍ବ ନିର୍ଦ୍ଧାରିତ ୬ଟି ସ୍ଥାନରେ ବରିଷ୍ଠ ଅଧିକାରୀ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀଙ୍କ ଆପତ୍ତିର ଶୁଣାଣି କରିବେ। ଏହି ପର୍ଯ୍ୟାୟରେ ଶୁଣାଣି ପାଇଁ ୨୨୭୩ ଦରଖାସ୍ତକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି। ସଂପୃକ୍ତ ଦରଖାସ୍ତକରୀଙ୍କ ନିକଟକୁ ଇ-ମେଲ ମାଧ୍ୟମରେ ପ୍ରାପ୍ତିସ୍ବୀକାର ପତ୍ର ପଠାଯାଇଛି। ଏଥିରେ ଶୁଣାଣି ସ୍ଥାନ ଓ ସମୟ ଉଲ୍ଲେଖ କରାଯାଇଛି। ଦରଖାସ୍ତକାରୀମାନେ ପଦୋନ୍ନତି ଅଦାଲତକୁ ଆସିବା ବେଳେ ଏହି ପ୍ରାପ୍ତିସ୍ବୀକାର ପତ୍ର ସାଙ୍ଗରେ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଅଦାଲତରେ ଆବେଦନକାରୀ ନିଜେ ଉପସ୍ଥିତ ରହି ପକ୍ଷ ରଖିବେ। କର୍ମଚାରୀଙ୍କ ତରଫରୁ ଓକିଲ ବା କୌଣସି ଦ୍ୱିତୀୟ ବ୍ୟକ୍ତି ପକ୍ଷ ରଖିପାରିବେ ନାହିଁ। ରବିବାର ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀ ଚୋପ୍ରା କହିଥିଲେ ଯେ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଯୋଗ୍ୟ ଥାଇ ପଦୋନ୍ନତି ପାଇନଥିବା କର୍ମଚାରୀଙ୍କ ପାଇଁ ଅଦାଲତ ଅନୁଷ୍ଠିତ ହେବ। ବାକି ରହିଥିବା ଦରଖାସ୍ତକାରୀମାନଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ଫେବୃଆରୀ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବ। ଏଥିପାଇଁ ଆବେଦନକାରୀଙ୍କ ନିକଟକୁ ଯଥା ସମୟରେ ପ୍ରାପ୍ତିସ୍ବୀକାର ପତ୍ର ପଠାଇ ଦିଆଯିବ। ପଦୋନ୍ନତି ଅଦାଲତରେ କୌଣସି କାରଣରୁ ପଦୋନ୍ନତି ପାଇନଥିବା କର୍ମଚାରୀଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories