www.samajalive.in
Wednesday, December 10, 2025
23.1 C
Bhubaneswar

ବେଲଗାଁ ଟ୍ରକ ଟର୍ମିନାଲ ନିକଟରେ ଗୁଳିମାଡ, ଯୁବକ ଗୁରୁତର

ବେଲଗାଁ: କଳାହାଣ୍ଡି ବଲାଙ୍ଗୀର ଜିଲା ସୀମାନ୍ତ ବେଲଗାଁ ଜାତୀୟ ରାଜପଥ ବିଭାଗ ଟ୍ରକ ଟର୍ମିର୍ନାଲ ଠାରେ ସୋମବାର ଦିନ ଦ୍ୱିପ୍ରହରରେ ଗୁଳି ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏନେଇ ପାଖଆଖ ଦୋକାନୀ ଭୟରେ ଦୋକାନ ବନ୍ଦ କରିଦେଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଜଣେ ଯୁବକ ଟ୍ରକ ଟର୍ମିନାଲ ପାଖ କ୍ଷେତରେ ବସି ମଦ ପିଉଥିଲେ। ସେଠାରେ ଗୁଳି ଫୁଟିବା ନେଇ ସ୍ଥାନୀୟ ଲୋକେ କଣ ହେଲା ବୋଲି ଜାଣିବା ପୂର୍ବରୁ ବାମ ହାତ ପାପୁଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆସି ମୋତେ ଡାକ୍ତରଖାନା ନିଅ ବୋଲି କହିଥିଲେ। ଏନେଇ ବେଲଗାଁ ପୁଲିସ ଅଧିକାରୀ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ପ୍ରଥମେ ବେଲଗାଁ ଡାକ୍ତରଖାନା ପରେ ସେଠାରୁ ସଇଁନ୍ତଲା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତି କରାଯାଇଛି। ଆହତ ଯୁବକ ଜଣକ ବଲାଙ୍ଗୀର ଗାନ୍ଧି ନଗର ପଡାର ମାମିଲ ମହାଲିଙ୍ଗ ବୋଲି ପରିଚୟ ମିଳିଥିବା ବେଲଗାଁ ପୁଲିସ ଅଧିକାରୀ ମାଧବଚନ୍ଦ୍ର ହୋତା କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories