www.samajalive.in
Monday, December 8, 2025
24.1 C
Bhubaneswar

ପରକୀୟା ପ୍ରୀତି : ପ୍ରେମରେ ଅନ୍ଧ ହୋଇ ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ

ମୋହନା : ଗଜପତି ଜିଲା ଅଡବା ଥାନା ନିକଟରେ ଗତ ୧ ତାରିଖରେ ସନ୍ଦେହ ଜନକଭାବେ ଜଣେ ବ୍ୟକ୍ତିର ହାତଗୋଡ ବନ୍ଧା ସହ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣାରେ ଅଡବା ପୁଲିସ ୫ ତାରିଖ ଦିନ ମୁନିଗୁଡା ଗୁପ୍ତା କଲୋନୀସ୍ଥିତ ଭଡା ଘରୁ ମୃତବ୍ୟକ୍ତି ଯୁବରାଜ ଚଣ୍ଡୀଙ୍କ ସ୍ତ୍ରୀ ନିବେଦିତା ନାୟକଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ସ୍ତ୍ରୀ ନିବେଦିତା ତାର ସ୍ୱାମୀଙ୍କୁ ସୁପାରିକିଲର ଓ ପ୍ରେମୀକଙ୍କ ସହ ମିଶି ମାରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୁଲିସର ତଦନ୍ତ ବେଳେ ନିବେଦିତା ତାର ସ୍ୱାମୀଙ୍କୁ ସୁପାରିକିଲର ଓ ପ୍ରେମୀକଙ୍କ ସହ ମିଶି ଯୋଜନା ବଦ୍ଧଭାବେ ମାରିଥିବା ସ୍ୱୀକାର କରିଥିଲେ। ଘଟଣା ଘଟିବାର ୧୫ ଦିନ ପୂର୍ବରୁ ସ୍ୱାମୀକୁ ହତ୍ୟା କରିବା ପାଇଁ ୩ ଜଣ ସୁପାରି କିଲରଙ୍କୁ ୩୦ ହଜାର ଟଙ୍କା ଦେଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରେମୀକ ସୁଜିତ ମହାପାତ୍ରକୁ ପିପିଲି ଥାନା ଅନ୍ତର୍ଗତ ବାଜେସ୍ୱରପୁର ଗ୍ରାମରୁ ଅଡବା ପୁଲିସ ଗିରଫ କରିଥିବଲା। ଏହି ଘଟଣାରେ ବ୍ୟବହାର କରାଯାଇଥିବା ଏକ ଟାଭେରା ଗାଡି ନଂ ଓଡି ୩୩ଜି ୯୨୧୫କୁ ଜବତ କରିବା ସହ ଡ୍ରାଇଭରକୁ ଅଡବା ଥାନାରେ ଅଟକ ରଖି ଅଧିକ ତଦନ୍ତ ପାଇଁ ପଚାରା ଉଚରା ଚାଲିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସୁପାରିକିଲର ମାନେ ଫେରାର ଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିବା ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି। ଅନ୍ୟପଟେ ପ୍ରେମୀକ ସୁଜିତ ମହାପାତ୍ରକୁ ଡାକ୍ତରୀମାଇନା କରାଯିବାପରେ କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories