www.samajalive.in
Sunday, December 14, 2025
26.1 C
Bhubaneswar

ଖାଲି ପେଟରେ ପିଅନ୍ତୁ ଗୁଡ ଓ ଜୀରା ପାଣି, ମିଳିବ ଅନେକ ରୋଗରୁ ଉପଶମ

ପ୍ରାୟତଃ ଘରେ ଜୀରାରେ ମସଲା ପ୍ରସ୍ତୁତ କରାଯାଏ। ଜୀରା ସ୍ବାଦହୀନ ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ସେହିପରି ଗୁଡକୁ ମଧ୍ୟ ପ୍ରାକୃତିକ ମିଠା ଭାବେ ବ୍ୟବହାର କରାଯାଏ। ଆୟୁର୍ବେଦରେ ବିଭିନ୍ନ ରୋଗରୁ ଉପଶମ ମିଳିବା ପାଇଁ ଔଷଧ ପ୍ରସ୍ତୁତ କରାଯାଏ। ତେବେ କ’ଣ ଆପଣ ଜାଣିଛନ୍ତି କି, ଯଦି ଏହି ଦୁଇଟିକୁ ମିଶାଇ ଏକ ସାଙ୍ଗରେ ସେବନ କରିବେ ତାହା କେତେ ଲାଭଦାୟକ ହେବ?

ଆଜ୍ଞା ହଁ, ଜୀରା ଓ ଗୁଡକୁ ମିଶାଇ ଖାଇବା ଦ୍ବାରା ଏହା ଶରୀର ପାଇଁ ଅନେକ ଲାଭଦାୟକ ଦେଇଥାଏ। ଏହା ଛଡା ଖାଲି ପେଟରେ ଯଦି ଆପଣ ଏହାକୁ ସେବନ କରୁଛନ୍ତି ତେବେ ଏହାର ଲାଭ ଦ୍ବିଗୁଣ ହେବ। ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ….

- Advertisement -

ଗୁଡ ଓ ଜୀରା ପାଣି ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ଏହା ଦ୍ବାରା ଏନିମିୟା ର ଆଶଙ୍କା କମ୍ ଥାଏ।

ମୁଣ୍ଡବିନ୍ଧା ଦୂର କରିବାର ଗୁଡ ଓ ଜୀରା ପାଣି ରାମବାଣ ସଦୃଶ୍ୟ।

ଏକ ଗବେଷଣାରୁ ଜଣାପଡିଛି ଯେ, ଗୁଡ ଓ ଜୀରା ପାଣି ପିଇବା ଦ୍ବାରା ଜ୍ବର ଭଲ ହୋଇଥାଏ।

ଗୁଡ ଓ ଜୀରା ପାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ।

ଗୁଡ ଓ ଜୀରା ପାଣି ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ।

ଏହି ପାଣି ମହିଳା ଓ ଯୁବତୀଙ୍କ ପାଇଁ ଅତି ଉତ୍ତମ। ମାସିକଚକ୍ର ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ଏହା ମୁକ୍ତି ଦେଇଥାଏ।

ଗୁଡ ଓ ଜୀରା ପାଣି ମେରୁଦଣ୍ଡ ଜନିତ ସମସ୍ୟାରୁ ଉପଶମ ଦେଇଥାଏ।

ଆସନ୍ତୁ ଜାଣିବା ଗୁଡ ଓ ଜୀରା ପାଣି ପ୍ରସ୍ତୁତ ପ୍ରଣାଳୀ

ଏକ ପାତ୍ରର ଦୁଇ କପ୍ ପାଣି ନେଇ ଗ୍ୟାସରେ ମଧ୍ୟମ ଆଞ୍ଚରେ ବସାନ୍ତୁ। ଏକ ଚାମଚ ଗୁଡ ଓ ଏକ ଚାମଚ ଜୀରା ନେଇ ସେଥିରେ ମିଶାଇ ଫୁଟାନ୍ତୁ। ପାଣି ଗୋଟେ କପ୍ ହୋଇଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏହାକୁ ଛାଣି ଏକ କପରେ ନେଇ ପିଅନ୍ତୁ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories