www.samajalive.in
Sunday, December 14, 2025
26.1 C
Bhubaneswar

୧୦୦ ବର୍ଷରେ ପଦାର୍ପଣ କଲେ ଭାରତର ସୁବୁଠୁଁ ବୟସ୍କ କ୍ରିକେଟର

ଭାରତର ସବୁଠାରୁ ବୟସ୍କ ଓ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ଜାନୁଆରୀ ୨୬ରେ ସେ ୧୦୦ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି। ଏହି ଅବସରରେ ସଚ୍ଚିନ ତେନ୍ଦୁଲକର ଏବଂ ଷ୍ଟିଭ୍ ୱ ବସନ୍ତ ରାୟଜୀଙ୍କ ଜନ୍ମୋତ୍ସବ ପାଳନ କରିଛନ୍ତି। ସଚ୍ଚିନ ନିଜ ଟୁଇଟର ଆକାଉଣ୍ଟରେ ଉତ୍ସବ ସମୟରେ ଏକ ଭିଡିଓ ଶେୟାର କରିଛନ୍ତି। ବସନ୍ତ ରାୟଜୀ କେକ୍ କାଟୁଥିବା ଭିଡିଓରେ ଦେଖିବାକୁ ମିଳିଛି।


ସଚ୍ଚିନ ତେନ୍ଦୁଲକର ଟୁଇଟରେ ଲେଖିଛନ୍ତି ଯେ, ୧୦୦ତମ ଜନ୍ମଦିନ ଅବସରରେ ଆପଣଙ୍କୁ ଅନେକ ଶୁଭେଚ୍ଛା। ଷ୍ଟିୱ ଏବଂ ମୁଁ ଆପଣଙ୍କ ସହ ବିତାଇ ଥିବା ସମୟ ସ୍ମରଣୀୟ ହୋଇ ରହିବ। ଅତୀତର କିଛି ଅଦ୍ଭୁତ କାହାଣୀ ଆପଣଙ୍କ ଠାରୁ ଶୁଣିବାକୁ ମିଳିଲା।

- Advertisement -

୧୯୪୦ ଦଶକରେ ୯ ଥର ପ୍ରଥମ ଶ୍ରେଣୀର ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ୨୭୭ ରନ ରଖିଥିଲେ। ରାୟଜୀ ମାତ୍ର ୧୩ ବୟସରେ ଭାରତର ଦକ୍ଷିଣ ମୁମ୍ବାଇରେ ବାମ୍ବେ ଜିମଖାନାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ଭାରତୀୟ କ୍ରିକେଟର ସମ୍ପୂର୍ଣ୍ଣ ଯାତ୍ରାର ସାକ୍ଷୀ ହୋଇ ରହିଛନ୍ତି। ସେ ମୁମ୍ବଇ ଏବଂ ବରୋଦାର ପାଇଁ ଖେଳୁଥିଲେ। ଲାଲ ଅମରନାଥ, ବିଜୟ ମାର୍ଚ୍ଚାଣ୍ଟ, ସି.କେ ନାଇଡୁ ଏବଂ ବିଜୟ ହଜାରଙ୍କ ସହ ରାୟଜ ଡ୍ରେସିଙ୍ଗ ରୁମ ଶେୟାର କରିଥିଲେ। ଏହା ସହ ସେ ଅନେକ ବହି ମଧ୍ୟ ଲେଖିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories