www.samajalive.in
Sunday, December 14, 2025
26.1 C
Bhubaneswar

ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ

ଯାଜପୁର: ଯାଜପୁର ଦାନଗଦୀ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ସୋମବାର ଉକ୍ତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରେ ଟାୟାର ଜାଳି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଆଲୋଚନା ଚାଲିଥିଲା । ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପରେ ଉଭୟ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରୁ ରାସ୍ତା ଅବରୋଧ ହଟିଥିଲା । ଆଜି ଅପରାହ୍ନ ୫ଟା ସୁଦ୍ଧା ଟ୍ରାଙ୍କୁଲାଇଜ୍ ଜରିଆରେ ହାତୀ ଉଦ୍ଧାର ହେବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories