ସରୋଜ ପ୍ରଧାନ ହତ୍ୟାକାଣ୍ଡ,ଅନ୍ୟତମ ଅଭିଯୁକ୍ତ ଗିରଫ

0

ଗଞ୍ଜାମ: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ସୋରଡ଼ାର ସରୋଜ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ହାଡ଼ୁବନ୍ଧୁ ଜେନାକୁ ପୁଲିସ ଗିରଫ କରିଛି । ହାଡ଼ୁବନ୍ଧୁ ନିକଟରୁ ପୁଲିସ ଏକ ବନ୍ଧୁକ ଜବତ କରିଛି । ପୂର୍ବ ଶତ୍ରୁତାରୁ ସରୋଜଙ୍କୁ ହତ୍ୟା କରାଯାଇଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତ ସରୋଜ କରଡ଼ାବାଡ଼ି ପଞ୍ଚାୟତର ସରପଞ୍ଚ ଖଦାଳ ପ୍ରଧାନଙ୍କ ପୁଅ । ସରୋଜ ହତ୍ୟାକାଣ୍ଡ ଘଟଣାରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ପୂର୍ବରୁ କୃଷ୍ଣକୁ ଗିରଫ କରାଯାଇଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଚାଲିଛି ।

Leave A Reply