ପୁଣି ଡାକ୍ତରଖାନାରେ ଇନ୍ଦ୍ରାଣୀ

0

ମୁମ୍ବଇ:ଆଇଏନଏକ୍ସ ମିଡିଆ ପ୍ରାକ୍ତନ ମୁଖ୍ୟ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମୁମ୍ବଇ ଜେଜେ ହସପିଟାଲରେ ଭର୍ତ୍ତି କରାଯାଇଛି। ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଶୁକ୍ରବାର ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପ୍ରିଲ ମାସରେ ମଧ୍ୟ ଇନ୍ଦ୍ରାଣୀ ଅଧିକ ମାତ୍ରାରେ ଔଷଧ ସେବନ କରିବା ଦ୍ୱାରା ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

୨୦୧୨ଏପ୍ରିଲ ୨୪ରେ ଇନ୍ଦ୍ରାଣୀ ତାଙ୍କ କନ୍ୟା ସୀନା ବୋରାକୁ ସମ୍ପତ୍ତି ଜନିତ ବିବାଦ ହେତୁ ହତ୍ୟା କରିବା ସହ ସୀନାର ମୃତଦେହକୁ ରାଇଗଡ଼ ଜିଲା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବ ସ୍ୱାମୀ ସଞ୍ଜିବ ଖାନ୍ନାଙ୍କୁ ଅଗଷ୍ଟ ୨୦୧୫ରେ ଗିରଫ କରାଯାଇ ଥିବାବେଳେ ଡ୍ରାଇଭର ଶ୍ୟାମଭର ରାଇଙ୍କୁ ମଧ୍ୟ ଗିରଫ କରାଯାଇ ଥିଲା। ପରେ ଏହି ମାମଲାରେ ଅଧିକ ତଦନ୍ତ ପରେ ପୁଲିସ ଇନ୍ଦ୍ରାଣୀଙ୍କ ବର୍ତ୍ତମାନ ସ୍ୱାମୀ ପିଟର ମୁଖାର୍ଜୀଙ୍କ ମଧ୍ୟ ୨୦୧୫ ନଭେମ୍ବରରେ ଗିରଫ କରିଥିଲେ।

Leave A Reply