ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଦିଲ୍ଲୀରେ ଧୂଳି ଝଡ଼

0

ନୂଆଦିଲ୍ଲୀ : ଉତ୍ତର ଭାରତରେ ମାସେ ହେବ ପାଣିପାଗରେ ହଠାତ୍‍ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏ କ୍ରମରେ ଶୁକ୍ରବାର କେତେକ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥିବାବେଳେ କେତେକ ରାଜ୍ୟରେ ହଠାତ ପାଣିପାଗ ବଦଳି ପ୍ରବଳ ବର୍ଷା ଓ ଝଡ଼ ହୋଇଛି। ଝଡ଼ଉତ୍ତରାଖଣ୍ଡର ଟିହରୀ ଏବଂ ପୌରୀରେ ଶୁକ୍ରବାର ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ଏବଂ ଏନ୍‍ସିଆରରେ ଧୂଳି ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସେହିପରି ପଞ୍ଜାବରେ ବର୍ଷା ଓ ହିମାଚଳପ୍ରଦେଶରେ ଝଡ଼ ହୋଇଛି। ଉତ୍ତରପ୍ରଦେଶରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫୈଜାବାଦ, ଆହ୍ଲାବାଦ, ଗୋରଖପୁର, ଲକ୍ଷ୍ନୌ, ବାରଣାସୀ ଏବଂ ମୁରାଦାବାଦରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଦିଲ୍ଲୀରେ ଶୁକ୍ରବାର ତାପମାତ୍ରା ୪୨ ଡିଗ୍ରୀ ପାରଦ ପାର କରିଥିଲାବେଳେ ରାଜସ୍ଥାନ ତାପମାତ୍ରା ୪୯.୭ ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର ଭାରତରେ ଗତ ମାସେ ହେବ ପାଣିପାଗରେ ହଠାତ୍‍ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଉଲ୍ଲେଖ ଯେ ଗତ ୨ ଏବଂ ୩ ମଇରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଝଡ଼ରେ ୧୩୦ ଜଣ ପ୍ରାଣ ହରାଇଥିଲେ। ଏଥିରେ ଆଗ୍ରା ସର୍ବାଧିକ ପ୍ରଭାବିତ ହୋଇଥିଲା ଓ ସେଠାରେ ୮୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୯ ଏବଂ ୧୦ ମଇରେ ଝଡ଼ ବର୍ଷାରେ ୧୮ ଜଣ ପ୍ରାଣ ହରାଇଥିଲେ। ଏହାପରେ ୧୪ ମଇରେ ଝଡ଼ ବର୍ଷାରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୮ ଏବଂ ୨୯ ମଥରେ ଉତ୍ତରପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ଝଡ଼ ବର୍ଷା ଓ ବଜ୍ରପାତରେ ୪୫ ଜଣ ପ୍ରାଣ ହରାଇଥିଲେ।

Leave A Reply