ପ୍ରସିଦ୍ଧ ସିନ୍ଧିଆ ହାଉସ୍‍ରେ ଅଗ୍ନିକାଣ୍ଡ

0

ମୁମ୍ବଇ : ପଶ୍ଚିମ ମୁମ୍ବଇର ପ୍ରସିଦ୍ଧ ସିନ୍ଧିଆ ହାଉସ୍‍ରେ ଶୁକ୍ରବାର ଅପରାହ୍ଣରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବାଲାର୍ଡ ପିଏରଠାରେ ଅବସ୍ଥିତ ଏହି ୬ ମହଲା କୋଠାରେ ବହୁ ସରକାରୀ କାର୍ଯ୍ୟାଳୟ ରହିଥିଲାବେଳେ ଅଗ୍ନିକାଣ୍ଡରେ ବିପୁଳ କ୍ଷତି ଘଟିଛି। ଅଗ୍ନିଶମ ବିଭାଗ ପକ୍ଷରୁ ୧୦ରୁ ଊର୍ଦ୍ଧ୍ବ ଗାଡ଼ି ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲାବେଳେ କୋଠାରୁ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାସ୍ତବ କ୍ଷତି ସମ୍ପର୍କରେ ତଥ୍ୟ ମିଳିପାରି ନାହିଁ।

Leave A Reply