www.samajalive.in
Saturday, December 13, 2025
26.1 C
Bhubaneswar

ପରୀ: ବିରାଟଙ୍କ ପ୍ରଶଂସା, ମାତ୍ର ପାକିସ୍ତାନ ଲଗାଇଲା ରୋକ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୀତ ଓ ପ୍ରଯୋଜିତ ହରର୍‌ ଫିଲ୍ମ ‘ପରୀ’ ଶୁକ୍ରବାର ମୁକ୍ତିଲାଭ କରିଛି। ଫିଲ୍ମରେ ଅନୁଷ୍କା ବହୁତ ଭଲ କାମ କରିଥିବା ନେଇ ତାଙ୍କ ସ୍ୱାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଢ଼େର ପ୍ରଶଂସା କରିଛନ୍ତି। ଅନୁଷ୍କାଙ୍କ ଅନ୍ୟ ଫିଲ୍ମଠାରୁ ପରୀ ବେଶ ଉଚ୍ଚକୋଟୀର ହୋଇଥିବା ବିରାଟ ଟ୍ୱିଟରରେ ଜଣାଇଛନ୍ତି। ଅପରପକ୍ଷରେ ପାକିସ୍ତାନ ଏହି ଫିଲ୍ମ ମୁକ୍ତିଲାଭ କ୍ଷେତ୍ରରେ ରୋକ୍‌ ଲଗାଇଛି। ପାକିସ୍ତାନ ଅଭିଯୋଗ କରିଛି ଯେ, ଫିଲ୍ମ ପରୀରେ ପ୍ରଦର୍ଶିତ କଳା ଯାଦୁ ଓ ଅନ୍ୟ କେତୋଟି ଦୃଶ୍ୟ ମୁସଲିମ ଧର୍ମୀୟ ଭାବନାକୁ ଆଘାତ ଦେଉଛି। ପାକିସ୍ତାନ ସେନସର ବୋର୍ଡ ପରୀ ଉପରେ ଲଗାଇଥିବା ରୋକ୍‌ ନିଷ୍ପତ୍ତିକୁ ପାକିସ୍ତାନ ଫିଲ୍ମ ପ୍ରସାରଣ ସଂଗଠନ ମୁଖ୍ୟ ଚୌଧୁରୀ ଇଜାଜ ସମର୍ଥନ ଦେଇଛନ୍ତି। ସୂଚନାଯୋଗ୍ୟ ଗତମାସରେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡମ୍ୟାନ ମଧ୍ୟ ପାକିସ୍ତାନରେ ବ୍ୟାନ୍‌ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories