ବିଧାୟକଙ୍କ ଘରକୁ ଗ୍ରେନେଡ ମାଡ଼

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଓ ଅନନ୍ତନାଗଠାରେ ଆତଙ୍କବାଦୀମାନେ ଶୁକ୍ରବାର ଗ୍ରେନେଡ ମାଡ଼ କରିଛନ୍ତି। ପୁଲୱାମାରେ ପିଡିପି ବିଧାୟକ ମୁସ୍ତାକ ସାହା ଓ ଅନନ୍ତନାଗଠାରେ ଜଣେ ସିଆରପିଏଫ୍‍ ଯବାନଙ୍କ ଘର ଉପରେ ଗ୍ରେନେଡ ମାଡ଼ କରାଯିବା ଫଳରେ ୬ଜଣ ଆହତ ହୋଇଛନ୍ତି। ମୁସ୍ତାକ ହେଉଛନ୍ତିି ତ୍ରାଲ ବିଧାନସଭା ଆସନର ବିଧାୟକ। ସେ ଘରେ ନଥିଲାବେଳେ ତାଙ୍କ ଅଗଣାରେ ଗ୍ରେନେଡ ବିସ୍ଫୋରଣ ଘଟିଥିଲା। ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ। ତେବେ ଅନନ୍ତନାଗସ୍ଥିତ କେପି ଚୌକ୍‍ରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ଼ ହେବା ଫଳରେ ୪ଜଣ ଯବାନ, ଜଣେ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Leave A Reply