୫ଟି ସହରରେ ହେବ ଅତ୍ୟାଧୁନିକ ଫରେନସିକ୍‍ ଲ୍ୟାବ୍‍

0

ନୂଆଦିଲ୍ଲୀ : ମହିଳା ବିରୋଧୀ ହିଂସାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ୫ଟି ସହରରେ ଅତ୍ୟାଧୁନିକ ଫରେନସିକ୍‍ ଲାବୋରାଟୋରୀ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ଏହି କ୍ରମରେ ଚଣ୍ଡିଗଡରେ ପ୍ରଥମ ଅତ୍ୟାଧୁନିକ ଫରେନସିକ୍‍ ଲ୍ୟାବ ଖୁବଶୀଘ୍ର ଖୋଲିବ। ଏଥିରେ ଡିଏନଏ ପରୀକ୍ଷାକୁ ତ୍ୱରିତ ପ୍ରକ୍ରିୟାରେ କରାଯାଇପାରିବ। ଅନ୍ୟ ଯେଉଁସବୁ ସହରରେ ଏହି ଅତ୍ୟାଧୁନିକ ଲ୍ୟାବ୍‍ ଖୋଲିବ ସେଗୁଡିକ ହେଲା ମୁମ୍ବଇ, ଚେନ୍ନଇ, ଗୁଆହାଟି, ପୁଣେ ଓ ଭୋପାଳ। ଆସନ୍ତା ୩ମାସ ମଧ୍ୟରେ ଏହିସବୁ ଲ୍ୟାବ୍‍ ଖୋଲିବ ବୋଲି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି ଶୁକ୍ରବାର କହିଛନ୍ତି। ଫୌଜଦାରୀ ମାମଲାର ତଦନ୍ତରେ ଫରେନସିକ୍‍ ଲାବୋରାଟୋରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ପରେନସିକ୍‍ ଲାବୋରାଟୋରୀରେ ବାର୍ଷିକ ୧୬୦ଟି ନମୁନା ସଂଗ୍ରହର ବ୍ୟବସ୍ଥା ରହିଛି। ଚଣ୍ଡିଗଡରେ ଆଡଭାନ୍ସ ଲ୍ୟାବ ଖୋଲିଲେ ବାର୍ଷିକ ୨୦୦୦ନମୁନା ସଂଗ୍ରହ କରାଯାଇପାରିବ।

Leave A Reply