www.samajalive.in
Friday, December 12, 2025
15.1 C
Bhubaneswar

ଶୀଘ୍ର ରାତି ଭୋଜନର ଆବଶ୍ୟକତା

ନିୟମିତ ଭାବେ ଭୋଜନ କରିବାର ଏକ ସଠିକ୍ ସମୟ ରଖିବା ଉଚିତ। ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ଏହା ପ୍ରମୁଖ ଆବଶ୍ୟକତା ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ। ରୋଗମୁକ୍ତ ତଥା ଚାପମୁକ୍ତ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ, ରାତ୍ରିଭୋଜନ ମଧ୍ୟ ଶୀଘ୍ର କରିବା ଜରୁରୀ। ଆଧୁନିକ ଜୀବନଶୈଳୀରେ ପାଦ ଥାପି ଆମମାନଙ୍କ ମଧ୍ୟରୁ ଅଧିକାଂଶ ବିଳମ୍ବିତ ସମୟରେ ରାତ୍ରିଭୋଜନ କରୁଛେ। ନିକଟରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ୪୨%ରୁ ଅଧିକ ଲୋକ ପ୍ରତ୍ୟହ ରାତି ୧୦ଟା ପରେ ଭୋଜନ କରିଥାନ୍ତି। ଏମାନେ ଭୋଜନ କରିବା ପରେ କିଛି ସମୟ ଚଲାବୁଲା ନ କରି ତୁରନ୍ତ ଶୋଇବାକୁ ଉଚିତ୍ ମଣନ୍ତି, ଯାହା କାରଣରୁ ହୃଦ୍‌ରୋଗ, ରକ୍ତଚାପ ଇତ୍ୟାଦି ରୋଗରେ ଆକ୍ରାନ୍ତ ହୁଅନ୍ତି।
» ସନ୍ଧ୍ୟା ୬ଟା ରୁ ୭ଟା ମଧ୍ୟରେ ଆପଣ ଭୋଜନ କରିନେବା ସବୁଠୁ ପ୍ରକୃଷ୍ଟ ସମୟ। ଏହା ସହ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗରିଷ୍ଠ ଭୋଜନ ଠାରୁ ଦୂରେଇ ରୁହନ୍ତୁ। ଦିନବେଳା ବିଭିନ୍ନ ରକମର ସୁଆଦିଆ ବ୍ୟଞ୍ଜନ ଖାଇଲେ ତାହା ହଜମ ହୋଇପାରେ, କିନ୍ତୁ ରାତ୍ରି ଭୋଜନର କିଛି ସମୟ ପରେ ଆମେ ଶୋଇବାକୁ ଯାଉଥିବାରୁ ଭଲଭାବେ ହଜମ ହୋଇନପାରି ବିଭିନ୍ନ ରୋଗର ଆରମ୍ଭ ହୁଏ।
» କଲମ୍ବିଆ ବିଶ୍ବବିଦ୍ୟାଳୟର ଗବେଷକଦଳ ୧୧୨ଜଣ ବୟସ୍କ ଲୋକଙ୍କୁ ନେଇ ଏକ ଅନୁଧ୍ୟାନ କରିଥିଲେ। ଏମାନଙ୍କ ମଧ୍ୟରୁ ଯେଉଁମାନେ ଶୀଘ୍ର ରାତିଭୋଜନ କରୁଥିଲେ, ସେମାନେ ସୁସ୍ଥ ଜୀବନ ଅତିବାହିତ କରୁଥିବାର ଦେଖାଯାଇଥିଲା। ଅନ୍ୟମାନେ ବିଳମ୍ବ ସମୟରେ ଭୋଜନ କରି ହୃଦ୍‌ରୋଗ, ରକ୍ତଚାପରେ ଆକ୍ରାନ୍ତ ହୋଇଥିଲେ।
» ମଧୁମେହ ରୋଗ ହେବାର ଏକ ମୁଖ୍ୟ କାରଣ ହେଲା ବିଳମ୍ବିତ ସମୟରେ ଭୋଜନ କରିବା। ଓଜନ ବଢ଼ିବା, ମାନସିକ ଚାପ ଏସବୁ ମଧ୍ୟ ସମୟକ୍ରମେ ଉପୁଜିଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
» ନିଜ ଦୈନନ୍ଦିନ ଜୀବନଶୈଳୀରେ ରାତି ୯ଟା ପୂର୍ବରୁ ନିୟମିତ ଭୋଜନ କରିବା ଏକ ମୁଖ୍ୟ ନିୟମ ବୋଲି ଗ୍ରହଣ କରିବା ଉଚିତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories