ଗିରିଖାତକୁ ବସ୍‍ ଖସି ୭ ମୃତ

0

ସିମଲା : ହିମାଚଳ ପ୍ରଦେଶର ସିମଲା ଜିଲା ଅନ୍ତର୍ଗତ ଥେଓଗ ନିକଟସ୍ଥ ଛାଇଲାଠାରେ ଥିବା ଏକ ଗିରିଖାତକୁ ବସ୍‍ ଖସି ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି। ହିମାଚଳ ପ୍ରଦେଶ ସଡ଼କ ପରିବହନ ନିଗମର ଏହି ବସ୍‍ ସିମଲାରୁ ରୋହରୁ ଅନ୍ତର୍ଗତ ଟିକାରା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତମାନଙ୍କୁ ତୁରନ୍ତ ସିମଲାସ୍ଥିତ ଆଇଜିଏମ୍‍ସି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବସ୍‍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

Leave A Reply