www.samajalive.in
Monday, December 8, 2025
24.1 C
Bhubaneswar

‘୮୩’: କିର୍ମାନୀଙ୍କ ଲୁକ୍‌ରେ ସାହିଲ୍

ମୁମ୍ବଇ: କବୀର ଖାନ୍‍ଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘୮୩’ରୁ ଜଣକ ପରେ ଜଣେ କରି ସମସ୍ତ କଳାକାରଙ୍କ ଲୁକ୍‍ ଧିରେଧିରେ ସାମ୍ନାକୁ ଆସିବାରେ ଲାଗିଛି। ଏହି ଧାରାରେ ରବିବାର ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ୱିକେଟ୍‍ ରକ୍ଷକ ସୟଦ କିର୍ମାନୀଙ୍କ ଚରିତ୍ରର ପ୍ରଥମ ଲୁକ୍‍ ସାମ୍ନାକୁ ଆସିଛି। ପୋଷ୍ଟରରେ ୟୁଟ୍ୟୁବ୍‍ ଷ୍ଟାର ସାହିଲ ଖଟ୍ଟରଙ୍କୁ କିରମାନିଙ୍କ ଭୂମିକାରେ ଦେଖିବାକୁ ମିଳିଛି। ସାହିଲଙ୍କ ଲୁକ୍‍କୁ ଚଳଚ୍ଚିତ୍ରର ଅଫିସିଆଲ୍‍ ପେଜ୍‌ରେ ରିଲିଜ୍‍ କରାଯାଇଛି। ଏହା ବ୍ୟତୀତ ଚଳଚ୍ଚିତ୍ରର ଅନ୍ୟ ସଦସ୍ୟମାନଙ୍କ ସମେତ ନିଜେ ସାହିଲ ମଧ୍ୟ ଏହି ଲୁକ୍‍ ପୋଷ୍ଟର ଶେୟାର କରିଛନ୍ତି। ଖାସ୍‍ କଥା ହେଉଛି ଏଥିରେ ସାହିଲ ଅବିକଳ ସୟଦଙ୍କ ଭଳି ଦେଖା ଯାଉଛନ୍ତି।

https://www.instagram.com/p/B7fZdwKlC3w/?utm_source=ig_web_copy_link

- Advertisement -

ସୂଚନାଯୋଗ୍ୟ, ପୂର୍ବରୁ କୀର୍ତ୍ତି ଆଜାଦଙ୍କ ଭୂମିକାରେ ଦିନକର ଶର୍ମା, ସନ୍ଦିପ ପାଟିଲଙ୍କ ଭୂମିକାରେ ଚିରାଗ ପାଟିଲ, ୟଶପାଲ ଶର୍ମାଙ୍କ ଭୂମିକାରେ ଜତିନ ସରନା, ମହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ ସଲୀମ ଓ ରୋଜର ବିନ୍ନୀଙ୍କ ଭୂମିକାରେ ଅଭିନେତା ନିଶାନ୍ତ ଦହିୟାଙ୍କ ପ୍ରଥମ ଲୁକ୍ ଜାରି କରାଯାଇଥିଲା। ଏହା ବ୍ୟତୀତ କେ. ଶ୍ରୀକାନ୍ତଙ୍କ ଭୂମିକାରେ ଜିଭା ଓ ସୁନିଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭସୀନଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଥିଲା।

ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ପାଖେଇ ଆସିବା ସଙ୍ଗେ ସଙ୍ଗେ ନିର୍ମାତା ଚଳଚ୍ଚିତ୍ରର ସମସ୍ତ କଳାକାରଙ୍କ ପ୍ରଥମ ଲୁକ୍ ଶେୟାର କରି ପ୍ରଚାର ଆରମ୍ଭ କରିଛନ୍ତି। ‘୮୩’ରେ ରଣବୀର ସିଂହ ମୁଖ୍ୟ ଭୂମିକା ଅର୍ଥାତ୍ କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ଦୀପିକା ପାଦୁକୋନ କପିଲଙ୍କ ପତ୍ନୀ ରୋମୀଙ୍କ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ୧୦ ଏପ୍ରିଲରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories