www.samajalive.in
Sunday, December 7, 2025
23.1 C
Bhubaneswar

ଜାମ୍ମୁ କାଶ୍ମୀର ବିଭିନ୍ନ ଅଞ୍ଚଳ ଗସ୍ତ କଲେ ୯ କେନ୍ଦ୍ରମନ୍ତ୍ରୀ

ଶ୍ରୀନଗର : ଜାମ୍ମୁ କାଶ୍ମୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ୯ ଜଣ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି । ଜାମ୍ମୁ କାଶ୍ମୀରରେ ଜନସାଧାରଣଙ୍କ ନିକଟତର ହେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏହି ୯ ଜଣ କେନ୍ଦ୍ରମନ୍ତ୍ରୀ ଜାମ୍ମୁ ଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରିଛନ୍ତି । ମନ୍ତ୍ରୀମାନେ ସେଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନାର ସମୀକ୍ଷା କରିବା ସହ ଏ ସଂପର୍କରେ ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରିଛନ୍ତି ।
ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ମଧ୍ୟ ସେମାନେ ଶୁଣାଣି କରିବେ। ଜାମ୍ମୁ କାଶ୍ମୀର ଓ ସେଠାକାର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ହେଉଛି ମନ୍ତ୍ରୀମାନଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅଭିଯାନର ପ୍ରଥମ ଦିନରେ ଶନିବାର କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ଅର୍ଜୁନ ରାମ ମେଘୱାଲ ଏବଂ ଅଶ୍ୱିନୀ କୁମାର ଚୌବେ ଜାମ୍ମୁ ଓ ଶାମ୍ବା ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ଜାମ୍ମୁ କାଶ୍ମୀରରେ ଗତକାଲି ପ୍ରିପେଡ୍‍ ମୋବାଇଲ୍‍ ସେବା ପୁନଃସଂଯୋଗ କରାଯିବା ସହ କାଶ୍ମୀର ଉପତ୍ୟକାର ଦୁଇଟି ଜିଲ୍ଲାରେ ଟୁ-ଜି ସେବାକୁ ମଧ୍ୟ ଚାଲୁ କରାଯାଇଛି । ଜାମ୍ମୁ କାଶ୍ମୀରର ସରକାରୀ ମୁଖପାତ୍ର ରୋହିତ୍‍ କନ୍‍ସଲ୍‍ କହିଛନ୍ତି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସ୍ଥାନୀୟ ପ୍ରିପେଡ୍‍ ମୋବାଇଲ୍‍ ଫୋନ୍‍ ଲାଗି ଏସ୍‍ଏମ୍‍ଏସ୍‍ ସୁବିଧା ପୁନଃ ଚାଲୁ କରାଯାଇଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories