www.samajalive.in
Monday, December 8, 2025
14.1 C
Bhubaneswar

ଭିକ୍ଷା ମୋର ବୃତ୍ତି: ଅଢେଇ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ କରି ପୁଣି ଚର୍ଚ୍ଚାରେ ଭିକାରୀ

ଭୁବନେଶ୍ବର: ଭିକ୍ଷା ବୃତ୍ତି ଆଜିକାଲିର ପ୍ରଥା ନୁହେଁ। କାହିଁ କେଉଁ କାଳରୁ ଏହି ପ୍ରଥା ପ୍ରଚଳିତ। ପୁରାତନ କାଳରୁ ​‌ମନୋରଞ୍ଜନର ଖୋରାକ୍ ଯୋଗାଇ କିଛି ବ୍ୟକ୍ତି-ବିଶେ​‌ଷ ଭିକ୍ଷାକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ନେଇଥିଲେ। କିନ୍ତୁ ସମୟକ୍ରମେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଲା। ସମାଜର କିଛି ନିମ୍ନ ଶ୍ରେଣୀର ଲୋକ, ଦୁରାରୋଗ୍ୟ ବ୍ୟଧିରେ ପୀଡିତ, ଅକର୍ମ ଏବଂ ଅସମାଜିକ ବ୍ୟକ୍ତି ଏହି ବୃତ୍ତିକୁ ଆପଣାଇ ନେଲେ। ମନ୍ଦିର, ମସଜିତ୍, ରାସ୍ତାକଡ, ବସ ଷ୍ଟାଣ୍ଟ ଓ ରେଲୱେ ଷ୍ଟେସନରେ ଏମାନଙ୍କର ପାର୍ଦୁଭାବ ବଢିବାରେ ଲାଗିଲା। କିନ୍ତୁ ଏସବୁ ମଧ୍ୟରେ ଜଣେ ଉଚ୍ଚ ଶିକ୍ଷିତ ଭିକାରୀର ସନ୍ଧାନ ମିଳିଛି। ସେ ଜଣେ ଇଂଜିନିୟରିଂ ଡିଗ୍ରିଧାରୀ ହୋଇଥିବା ବେଳେ ତାଙ୍କ ବାପା ପୂର୍ବତନ ଡିଏସପି ଥିଲେ। ଏହା ସହ ସେ ତିନି ବର୍ଷ ଧରି ଏକ ଇଂଜିନିୟରିଂ କଲେଜରେ ଅଧ୍ୟାପକ ମଧ୍ୟ ଥିଲେ। କିନ୍ତୁ ପରେ ସେ ମାନସିକ ସନ୍ତୁଳନ ହରାଇ ପାଲଟିଗଲେ ଜଣେ ଭିକାରୀ। ଦୀର୍ଘ ଦିନ ଧରି ଭିକ୍ଷା ବୃତ୍ତି କରିବା ପରେ ପୁରୀ ବଡ ଦାଣ୍ଡରେ ତାଙ୍କର ଅସଲି ପରିଚୟ ସହ ସଭ୍ୟ ସମାଜ ପରିଚିତ ହୋଇଛି।

- Advertisement -

ସେହିପରି ଭଦ୍ରକ ଜିଲାର ଅନ୍ୟ ଜଣେ ଭିକାରୀ ଆଜିର ଶିକ୍ଷିତ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବିଦ୍ୟୁତ୍ ବିଲ୍ ପୈଠ ନକଲେ ବିଜୁଳି କାଟ ହେବ ବୋଲି ସେସୁ ପକ୍ଷରୁ ଘୋଷଣା ହେବା ପରେ ଏହାକୁ ଫାଙ୍କିବା ପାଇଁ ଶିକ୍ଷିତ ଲୋକେ ବିଭିନ୍ନ ଉପାୟ ଖୋଜୁଛନ୍ତି। କିନ୍ତୁ ଏହି ସମୟରେ ମଧ୍ୟରେ ଜଣେ ଭିକାରୀ ଅଢେଇ ହଜାର ଟଙ୍କା ପୈଠ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଭଦ୍ରକ ସହର ନିକଟସ୍ଥ ଉତ୍ତର ବାହିନୀ ସରିପୁର ଗାଁର ଦିବ୍ୟାଙ୍ଗ କାର୍ତ୍ତିକ ନାଥ ଭିକ୍ଷା ବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ତିନି ଚକିଆ ସାଇକେଲରେ ଗାଁ ଗାଁ ବୁଲି ଭିକ୍ଷା କରି ପରିବାରର ୮ଜଣଙ୍କ ପେଟକୁ ଦାନ ଦିଅନ୍ତି। କିନ୍ତୁ ବିଜୁଳି କଟିଯିବା ଭୟରେ ନିଜ ପରିବାର ଲୋକଙ୍କୁ ଉପାସ ରଖି ଅଢେଇ ହଜାର ଟଙ୍କା ନେସ୍କୋ କାର୍ଯ୍ୟାଳୟରେ ପୈଠ କରିଛନ୍ତି। କାର୍ତ୍ତିକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସଭ୍ୟ ଶିକ୍ଷିତ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories