www.samajalive.in
Saturday, December 6, 2025
23.1 C
Bhubaneswar

କଂଗ୍ରେସକୁ ସଞ୍ଜୟ ରାଉତଙ୍କ ଟାର୍ଗେଟ; କହିଲେ ବିରୋଧୀ ୨ଦିନ ଆଣ୍ଡାମାନ ଜେଲରେ ରହିଲେ ସାୱରକରଙ୍କୁ ବୁଝିପାରିବେ

ମୁମ୍ବଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅଣ୍ଡରୱାର୍ଲ୍ଡ ଡନ୍‌ କରୀମ ଲାଲାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିନାୟକ ଦାମୋଦର ସାୱରକରଙ୍କୁ ନେଇ ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସାୱରକରଙ୍କୁ ବିରୋଧ କରୁଛନ୍ତି, ସେମାନେ ଯେକୌଣସି ଦଳର ହୁଅନ୍ତୁ ନା କାହିଁକି, ଥରେ ଆଣ୍ଡାମାନର ସେଲୁଲାର ଜେଲରେ ୨ଦିନ ରୁହନ୍ତୁ, ଯେଉଁଠାରେ ସାୱରକରଙ୍କୁ ବନ୍ଦୀ କରି ରଖାଯାଇଥିଲା। ଏହା ପରେ ସେମାନେ ସାୱରକରଙ୍କ ବଳିଦାନ ଏବଂ ଅବଦାନ ସମ୍ପର୍କରେ ବୁଝିପାରିବେ।

ସୂଚନାଯୋଗ୍ୟ, ସାୱରକରଙ୍କୁ ନେଇ କଂଗ୍ରେସ ସେବା ଦଳ ପୁସ୍ତିକାରେ ଯେଉଁ ତଥ୍ୟ ଦିଆଯାଇଥିଲା ତାହାକୁ ନେଇ ବି ସଞ୍ଜୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସଞ୍ଜୟ କହିଥିଲେ ଯେ, ସାୱରକର ମହାନ ବ୍ୟକ୍ତି ଥିଲେ ଏବଂ ସର୍ବଦା ମହାନ ରହିବେ। ଯେଉଁମାନେ ତାଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି ଏବଂ ତାଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି, ସେମାନଙ୍କ ମସ୍ତିଷ୍କରେ ଆବର୍ଜନା ଭରି ରହିଛି। ସଞ୍ଜୟଙ୍କ ମନ୍ତବ୍ୟ ପରେ ସାୱରକରଙ୍କ ନାତି ରଞ୍ଜିତ ସାୱରକର କହିଛନ୍ତି, ମୁଁ ରାଉତଙ୍କ ମନ୍ତବ୍ୟକୁ ସ୍ବାଗତ କରୁଛି। ଅତୀତରେ ବି ଶିବସେନା ସାୱରକରଙ୍କ ମାନହାନିର ଆକ୍ରମଣାତ୍ମକ ଢଙ୍ଗରେ ବିରୋଧ କରିଛି। ମୋର ଆଶା ଅଛି ଯେ, ଏବେ ଶିବସେନା ସାୱରକରଙ୍କୁ ବିରୋଧ ନ କରିବା ଲାଗି କଂଗ୍ରେସ ନେତାମାନଙ୍କୁ ବୁଝାଇବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories