ଜୁନ ମାସର ବଲିଉଡ ଫିଲ୍ମ

0

ମୁମ୍ବଇ : ଜୁନ ପହିଲାରୁ ବଲିଉଡରେ ଅନେକ ଗୁଡିଏ ଭଲ ସିନେମା ମୁକ୍ତିଲାଭ କରିଛି। ଆଇପିଏଲ କ୍ରିକେଟ ଯୋଗୁ ଗତ ଦେଢ ମାସରୁ ଅଧିକ ସମୟ ହେବ ବଲିଉଡରେ ବିଗ୍‍ ବଜେଟ ଚଳଚ୍ଚିତ୍ର ରିଲିଜ ହୋଇ ନଥିଲା। ତେବେ ଚଳିତ ମାସରେ ଅନେକ ଗୁଡିଏ ଭିନ୍ନ ଧରଣର ଫିଲ୍ମ ରିଲିଜ ହେବାକୁ ଯାଉଛି। ସଲମାନ ଖାନଙ୍କର ଅଭିନୀତ ଚଳଚ୍ଚିତ୍ର ’ରେସ- ୩’ , ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ’ସଞ୍ଜୁ’ , କମଲ ହସନଙ୍କ ’ବିଶ୍ୱରୂପ- ୨’ ଭଳି କେତେଗୁଡିଏ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ରିଲିଜ ହେଉଥିବା ବେଳେ ଆଉ କେତେଗୁଡିଏ ଲୋ ବଜେଟର ମନୋରଞ୍ଜନ ଧର୍ମୀ ଫିଲ୍ମ ରିଲିଜ ହେବ।କୁ ଯାଉଛି। ଯାହା ଦର୍ଶକଙ୍କ ମନ ଜିଣିବ ବୋଲି ଆଶା କରାଯାଉଛି।
ଜୁନ୍ ୧ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର

୧) ଭବେଶ ଯୋଶୀ- ସୁପରହିରୋ : ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟୱାନୀ। ଏହା ଏକ ଆକ୍ସନ ଡ୍ରାମା , ଏଥିରେ ମୂଖ୍ୟ ଭୂମିକାରେ  ହର୍ଷବର୍ଦ୍ଧନ କପୁର , ନିଷିକାନ୍ତ କାମତ ଅଭିନୟ କରିଛନ୍ତି।
୧) ବୀରେ ଦି ୱେଡିଙ୍ଗ : ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ଶଶାଙ୍କ ଘୋଷଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ କରିନା କପୁର, ସୋନମ କପୁର ମୁଖ୍ୟ ଭୂମିକାରେ ଦେଖାଦେଇଛନ୍ତି।
୨) ଫାମୋସ : କରଣ ଲଳିତଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଦେଖାଦେବେ ଜ୍ୟାକି ଶ୍ରଫ। ତାଙ୍କ ବିପକ୍ଷରେ ନାୟୀକା ସାଜିଛନ୍ତି ଜିମ୍ମି ସେରଜିଲ। ଏଥିରେ କେ କେ ମେନନ , ଶ୍ରୀୟା ସରଣ , ପଙ୍କଜ ତ୍ରିପାଠି ମୁଖ୍ୟ ଭୂମିକାରେ ଦେଖାଦେବେ।
୩) ୩- ଦେବ : ଏହା ଏକ କମେଡି ଡ୍ରାମା ଚଳଚ୍ଚିତ୍ର । ଅଙ୍କୁଶ ଭଟ୍ଟଙ୍କର ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖାଦେବେ କେ କେ ମେନନ।

୮ ଜୁନ ୨୦୧୮

୧) କାଲା : ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଚ୍ଚନ୍ତି ପି .ଏ ରଞ୍ଜିତ । ସୁପରଷ୍ଟାର ରଜନିକାନ୍ତଙ୍କ ଅଭିନିତ ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ହୁମା କ୍ୟୁରେସୀ  । ଏଥିରେ ରଜନିକାନ୍ତଙ୍କୁ ଏକ ଡନ୍ ଭୂମିକାରେ ଦେଖିବାକୁ ମିଳିବ।

 

୨) ଫ୍ରାଏ ଡେ : ଏହା ଏକ କମେଡି ଡ୍ରାମା ଚଳଚ୍ଚିତ୍ର । ଅଭିଷେକ ଡୋଗରା ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଗୋବିନ୍ଦା , ବରୁନ ଶର୍ମା , ସଞ୍ଜୟ ମିଶ୍ର , ରାକେଶ ଶର୍ମା ଇତ୍ୟାଦି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିବେ ା
୩) ଦ ଡାର୍କ ସାଇଡ ଅଫ ଲାଇଫ ମୁମ୍ବଇ ସିଟି : ରାଜେଶ ପଦର୍ଶନୀଙ୍କ ପ୍ରଯୋଜନା ଏବଂ ତାରିକ ଖାନଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୂଖ୍ୟ ଭୂମିକାରେ ଅଭିନୟ କରିବେ ମହେଶ ଭଟ୍ଟ , କେ. କେ ମେନନ , ନେହା ଖାନ । ଏଥିରେ ସଙ୍ଗିତ ନିର୍ଦେଶନା ଦେଇଛନ୍ତି ରଶିଦ ଖାନ , ଶାନ ଅସିଫ ରାଜ , ପ୍ରକାଶ ପ୍ରଭାକର ଏହସାନ ଖାନ , ସବିର ଖାନ ।
୪) ରେଡ ରୁମ ଏ ଟେଲ ଅଫ ମର୍ଡର : ସୈାରଭ ବଳି ଏବଂ ଧ୍ରୁବ ସଚ୍ଚଦେବଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଇଦ ଇମତିଆଜ , ବିଭବ ରୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

୧୫ ଜୁନ ୨୦୧୮

 ରେସ-୩ : ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭାଇଜାନ ନାମରେ ପରିଚିତ ସଲମାନ ଖାନ ଏଥିରେ ନାୟକ

ସାଜୁଥିଲା ବେଳେ ତାଙ୍କ ବିପକ୍ଷରେ ନାୟୀକା ଭୂମିକାରେ ନଜରଆସିବେ ଜ୍ୟକଲିନ ଫର୍ଣ୍ଣାଣ୍ଡିଜ। ଏହି ଚଳଚ୍ଚିତ୍ର​‌​‌ର ନିର୍ଦେଶନା ଦେଇଛନ୍ତି ରେମୋ ଡିସୋଜା। ଅନିଲ କପୁର , ବବି ଦେୱଲଙ୍କ ଭଳି କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ । ଏହା ଏକ ଆକ୍ସନ ଡ୍ରାମା ଚଳଚ୍ଚିତ୍ର।

 

୧୮ ଜୁନ ୨୦୧୮

୧)ବିଶ୍ୱରୂପ- ୨: ତେଲୁଗ ,ତାଲିମ ,ହିନ୍ଦୀ ଏଭଳି ତିନୋଟି ଭାଷାରେ ମୂକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେବେ କମଲ । କମଲ ହସନଙ୍କ ସିନେମା ବିଶ୍ୱରୂପମର ଏହା ଦ୍ୱିତୀୟ ଭାଗ ।

 

୨) ମଣ୍ଟୋ : ମଣ୍ଟୋଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟିରେ

ନିର୍ଦେଶନା ଦେଇଛନ୍ତି ନନ୍ଦିତା ଦାସ। ନୱାଜୁଦିନି ସିଦ୍ଧିକି ଏଥିରେ ନାୟକ ସାଜୁଥିଲାବେଳେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖାଦେବେ ଶ୍ୱରା ଭାଷ୍କର।

୨୯ ଜୁନ ୨୦୧୮

 

୧) ସଞ୍ଜୁ : ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର । ରାଜକୁମାର ହିରାନୀଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟିରେ ରଣବୀର କପୁରଙ୍କୁ ସଞ୍ଜୟ ଦତ୍ତଙ୍କ ଭୂମିକାରେ ଦେଖିବାକୁ ମିଳିବ । ଅନୁ ଶର୍ମା , ପରେଶ ରାୱଲ , ସୋନମ କପୁର , ଦିଆ ମିର୍ଜାଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ।


୨) ଫିର ଉସି ମୋଡ ପର : ଜୁନ ୨୯ରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଛନ୍ତି ଲେଖ ତାନ୍ଦୁନ। କନିକା ବାଜପେୟୀ , ନଦିରା ବାବର ମୁଖ୍ୟ ଭୂମିକାରେ ଅଭିନୟ କରିବେ।

Leave A Reply