ପ୍ରାକ୍ ମୌସୁମୀ ପ୍ରଭାବ; ବିଭିନ୍ନ ସ୍ଥାନରେ ବର୍ଷା

0

ଭୁବନେଶ୍ଵର: ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରଭାବ ଦେଖିବାକୁ ମିଳିଛି । କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, କେନ୍ଦ୍ରପଡା, ଯାଜପୁର, କୋରାପୁଟ ଏବଂ ମାଲକାନାଗିରି ଜିଲାରେ ଶୁକ୍ରବାର ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦ କି.ମି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। କୋରାପୁଟ, ମାଲକାନାଗିରି, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ବର ଏହି ଜିଲା ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର ଜୟପୁରଠାରେ ସର୍ବାଧିକ ୯ସେ.ମି ବର୍ଷା ରେକର୍ଡ କରାଯାଇଛି ।

Leave A Reply