ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୩୪ ଓଭର ଖେଳ ଶେଷ ସୁଦ୍ଧା ୧୯୯ରନ କରି ବହୁମୂଲ୍ୟ ତିନୋଟି ୱିକେଟ ହରାଇଛି।
ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ଦୁଇଟି ୱିକେଟ ନେଇଥିବାବେଳେ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଛନ୍ତି। ସାମି ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ନେଇଥିବାବେଳେ ରବିନ୍ଦ୍ର ଜାଡେଜ ଅଧିନାୟକ ଫିଞ୍ଚ ଏବଂ ଲାବୁସଚାଗେନେଙ୍କ ୱିକେଟ ନେଇଛନ୍ତି।



