www.samajalive.in
Wednesday, December 10, 2025
18.1 C
Bhubaneswar

ମୋ ସ୍ବାମୀ କଣ ଦୁଷ୍କର୍ମ କରିଛନ୍ତି କି? ତାଙ୍କୁ ଜାମିନ୍ ମିଳିଲେ ସମାଜକୁ ଖରାପ ବାର୍ତ୍ତା ଯିବ: ଆଇଏଏସ ବିଜୟଙ୍କ ପତ୍ନୀ

କଟକ: ମୋ ସ୍ବାମୀ କଣ ଦୁଷ୍କର୍ମ କରିଛନ୍ତି? ନା ସେ ଜଣେ ଆତଙ୍କବାଦୀ ତାଙ୍କୁ ଜାମିନ ମିଳିଲେ ସମାଜକୁ ଖରାପ ବାର୍ତ୍ତା ଯିବ। ଯାହା ସରକାରୀ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ। ସରକାରୀ ଓକିଲଙ୍କ ଯୁକ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି  ଗିରଫ ଆଇଏଏସ ବିଜୟ କେତନଙ୍କ ପତ୍ନୀ ତୁଷିମା ମିଶ୍ର। ତୁଷିମା କହିଛନ୍ତି ମୋ ସ୍ବାମୀଙ୍କୁ ବିନା ଅପରାଧରେ ଫସେଇ ଦିଆଯାଇଛି। ବିଜୟ କେତନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉଦ୍ଦେଶ୍ୟମୂଳକ। ଆମ ଘରୁ ମଧ୍ୟ କୌଣସି ଆପତ୍ତିଜନକ କାଗଜପତ୍ର ମିଳିନାହିଁ। ବିଜୟଙ୍କ ମାମଲାରେ ଭିଜିଲାନ୍ସକୁ ଉପରୁ ଚାପ ପଡ଼ିଛି ନହେଲେ ମୋ ସ୍ଵାମୀଙ୍କୁ ଭିଜିଲାନ୍ସ ଗିରଫ କରିନଥାନ୍ତା। ବିଜୟ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି। ତାଙ୍କୁ ଜାମିନ ମିଳିଲେ ସମାଜକୁ ଖରାପ ମେସେଜ ଯିବ ବୋଲି ସରକାରୀ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ । ବିଜୟ କେତନ କ’ଣ ଆତଙ୍କବାଦୀ ନା ଦୁଷ୍କର୍ମ କରିଛନ୍ତି ଯେ ତାଙ୍କୁ ଜାମିନ ମିଳିଲେ ସମାଜକୁ ଖରାପ ମେସେଜ ଯିବ ବୋଲି ପ୍ରଶ୍ନ କରିଛନ୍ତି ତୁଷିମା।

ସୂଚନାଯୋଗ୍ୟ, ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍ ପାସ୍ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଖବର ପାଇ ଭିଜିଲାନ୍ସ ତାଙ୍କୁ  ଧରିବା ସହ ତାଙ୍କ ଘର ଉପରେ ଚଢାଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଜୟ କେତନଙ୍କ ଅଫିସ ସହ ଅନ୍ୟ କେତେକ ସ୍ଥାନରେ ଚଢାଉ କରାଯାଇଥିଲା। ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ୟ୍ୟକ୍ରମ ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନେଇଥିବା ମତାମତରୁ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଟ୍ରାପ୍ କରିଥିଲା ଓ ତାଙ୍କ ଉପରେ କଡ଼ା ନଜର ରଖିଥିଲା। ଗିରଫ ପରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଜୟଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories