ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ରଖିଥିବା ୩୪୧ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୨୬ ଓଭର ଖେଳ ଶେଷ ସୁଦ୍ଧା ୧୫୧ରନ କରି ଦୁଇଟି ୱିକେଟ ହରାଇଛି। ଷ୍ଟିଭ ସ୍ମିଥ୍ ଅର୍ଦ୍ଧଶତକ କରି କ୍ରିଜରେ ବ୍ୟାଟିଂ କରୁଛନ୍ତି।
ଭାରତ ପକ୍ଷରୁ ମହମ୍ମଦ ସାମି ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ନେଇଥିବାବେଳେ ରବିନ୍ଦ୍ର ଜାଡେଜ ଅଧିନାୟକ ଫିଞ୍ଚଙ୍କ ୱିକେଟ ନେଇଛନ୍ତି।



