www.samajalive.in
Thursday, December 11, 2025
15.1 C
Bhubaneswar

ଭୁବନେଶ୍ବରରେ ଶିଖ୍ ଯୁବକଙ୍କୁ ମାଡ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍

ଭୁବନେଶ୍ବର: ଭୁବନେଶ୍ଵରରେ ଶିଖ୍ ଯୁବକଙ୍କୁ ମାଡ଼ ଘଟଣାରେ ଶୁକ୍ରବାର ଦାଖଲ ହୋଇଛି ଚାର୍ଜସିଟ୍। ୩ ଅଭିଯୁକ୍ତଙ୍କ ବିରୋଧରେ ଏସଡିଜେମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି ଚାର୍ଜସିଟ୍ ମେଡିକାଲ ରିପୋର୍ଟ, ସିସିଟିଭି ଫୁଟେଜ୍ ଓ ସାକ୍ଷ୍ୟପ୍ରମାଣକୁ ନେଇ କରାଯାଇଛି। ଏହି ମାମଲାରେ ତ୍ବରିତ ଶୁଣାଣି କରିବାକୁ ଚାର୍ଜସିଟ୍‌ରେ ଅପିଲ କରିଛନ୍ତି ତଦନ୍ତକାରୀ ଅଧିକାରୀ। ପୂର୍ବରୁ ଏହି ଘଟଣାରେ ୩ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ସୂଚନାଯୋଗ୍ୟ ଗତ ମଙ୍ଗଳବାର ମଧ୍ୟାହ୍ନରେ ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଟାୱାରରେ ରହୁଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂହ ନିଜ ପିଲାକୁ ସ୍କୁଲରୁ ଆଣି ଆପାର୍ଟମେଣ୍ଟକୁ ଯିବା ବେଳେ ଗାଡ଼ି ପାର୍କିଂ କରିଥିବା ଯୁବକଙ୍କୁ ଗାଡ଼ି କାଢ଼ିବାକୁ କହିଥିଲେ । ଏହାକୁ ନେଇ ସେଠାରେ କିଛି ଯୁବକଙ୍କ ସହ ପରବିନ୍ଦରଙ୍କର ପାଟିତୁଣ୍ଡ ହୋଇଥିଲା। ସେ ଏହି ଘଟଣା ପୁଲିସ କଣ୍ଟୋଲ ରୁମ୍‌କୁ ଜଣାଇଥି‌ଲେ। ପିସିଆର ଆସିଥିଲା କିନ୍ତୁ ପୁଲିସ ଉପସ୍ଥିତିରେ ସେଠାରେ ଥିବା ଯୁବକ ମାନେ ସଙ୍ଘବନ୍ଧ ଭାବେ ପରବିନ୍ଦରଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ। ତାଙ୍କ ମୁହଁକୁ ଏକ ପଥରରେ ଛେଚିବା ସହ ତାଙ୍କ ପଗଡି ଖୋଲି ତାଙ୍କୁ ଅପମାନିତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories