www.samajalive.in
Friday, December 12, 2025
16.1 C
Bhubaneswar

ଭଲ ନିଦ ଚାହୁଁଛନ୍ତି କି ? ବଜାରକୁ ଆସୁଛି ଏହି ଯନ୍ତ୍ର….

ନିଦ – କର୍ମମୟ ଜୀବନରେ ମଣିଷ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା । ଆଜିର ବସ୍ତୁବାଦୀ ଓ ଜଞ୍ଜାଳମୟ ତଥା ବ୍ୟସ୍ତ ଜୀବନ ଶୈଳୀରେ ମଣି​ଷ ପାଇଁ‌ ନିଦ ନିହାତି ଦରକାର । ହେଲେ ସମସ୍ତଙ୍କ ଉପରେ ନିଦ୍ରା ଦେବୀ ପ୍ରସନ୍ନ ହୁଅନ୍ତି ନାହିଁ । ପୁଣି  ନିଦ ଆସିଲେ ଶୋଇବାକୁ ଇଚ୍ଛା ହୁଏ ନା, ଶୋଇଲେ ନିଦ ଆସେ ତାହା ମଧ୍ୟ ଏକ ଅସମାହିତ ପ୍ରଶ୍ନ ହୋଇ ରହି ଯାଇଛି । ଅନେକ ଲୋକ ଶୋଇବାକୁ ଚେଷ୍ଟା କରି ଶେଇ ପାରୁ ନାହାନ୍ତି । ପୁଣି ଏବେ ନିଦ୍ରାହୀନତାକୁ ଏକ ରୋଗ ଭାବେ ଗଣାଯାଉଛି । ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ସ୍ବାର୍ଟ ଫୋନ ଅବା ଅନ୍ୟାନ୍ୟ ଇଲେକଟ୍ରେନିକ ଗ୍ୟାଜେଟ ନିଦ୍ରା ହୀନତାର ପ୍ରମୁଖ କାରଣ । ଦୀର୍ଘ ସମୟ ଧରି ଏହାର ବ୍ୟବହାର ମଣିଷର ମନ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ପୁଣି ଶୋଇବା ପୂର୍ବରୁ ଏହାର ବ୍ୟବହାର ଆଖିରୁ ନିଦ ଛଡାଇ ନେବାର ଅନ୍ୟତମ କାରଣ । କିନ୍ତୁ ଏବେ ଶୋଇବା ପାଇଁ ଆସୁଛି ‘ସ୍ଲିପ୍‌ ବଡ୍ସ’। ଯାହାକୁ ବ୍ୟବହାର କରି ଜଣେ ଭଲରେ ଶୋଇ ପାରିବ। ଖୁବ୍ ଶୀଘ୍ର ବଜାରରେ ଓ ଅନ୍-ଲାଇନ୍ ସାଇଟ୍‌ରେ ଏହି ‘ସୁନିଦ୍ରା ଯନ୍ତ୍ର’ ମିଳିବ । ଫ୍ରାନ୍ସର ଏକ ନାମୀ କମ୍ପାନୀ ଏପରି ‘ସ୍ଲିପ୍‌ ବଡ୍ସ’ ତିଆରି କରିଛି, ଯାହାକୁ କାନରେ ଲଗାଇବାର କିଛି କ୍ଷଣ ମଧ୍ୟରେ ହିଁ ଜଣେ ବ୍ୟକ୍ତି ଭଲ ନିଦରେ ଶୋଇପାରିବ। ଏହାର ମୂଲ୍ୟ ୨୦ ହଜାରରୁ ୨୫ହଜାର ଟଙ୍କା ମଧ୍ୟରେ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ସଫଳ ପରୀକ୍ଷା ହୋଇସାରିଛି । କାନରେ ‌ ଏହି ବଡ୍ସ ଲଗାଇବା ପରେ ବାହାରର କୌଣସି ଶବ୍ଦ ଆପଣଙ୍କୁ ଶୁଭାଯିବ ନାହିଁ। ଟ୍ରାଫିକ୍ ଶବ୍ଦ ହେଉ କିମ୍ବା ଫୋନ୍‌‌ ରିଂ, ଜଣେ ବ୍ୟକ୍ତି କିଛି ଜାଣିପାରିବ ନାହିଁ। ବଡ୍ସରୁ ସମୁଦ୍ର ଢ଼େଉର ଶବ୍ଦ, ବର୍ଷାର ରିମ୍‌ଝିମ୍‌ ଶବ୍ଦ ବାହାରି ଏହା ଆପଣଙ୍କୁ ଶୋଇବା ନିମନ୍ତେ ସାହାଯ୍ୟ କରିବ। ତେବେ ଏହି ‘ସ୍ଲିପ୍‌ ବଡ୍ସ’ ଅନିଦ୍ରା ସମସ୍ୟାର ସମାଧାନ କରିବାକୁ ଯାଉଛି।

- Advertisement -

ସୂଚନା ଯୋଗ୍ୟ ୨୦୧୮ର ଏକ ସର୍ବେକ୍ଷଣ ଅନୁସାରେ, ପ୍ରତି ୧୫ଜଣରେ ୫ଜଣ ଅନିଦ୍ରା ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଘରୋଇ ଉପଚାର ଓ ଡାକ୍ତରୀ ଚିକିତ୍ସା କରିବା ସତ୍ତ୍ବେ ଲୋକେ ଏବେ ଆରାମରେ ଶୋଇ ପାରୁନାହାନ୍ତି । କାମର ଚାପ ସହ ପାରିବାରିକ ଅଶାନ୍ତି, ବ୍ୟସ୍ତ ଜୀବନଶୈଳୀ କାରଣରୁ ଅନିଦ୍ରା ରୋଗୀଙ୍କ ସଂଖ୍ୟା ବଢ଼ୁଛି ବୋଲି ଗବେଷକଙ୍କ ମତ। କିନ୍ତୁ ଏବେ ସ୍ମାର୍ଟ ଯୁଗରେ ଗବେଷକ ଦଳ ବର୍ତ୍ତମାନ ଆଉ ପାଦେ ଆଗେଇ ଯାଇଛନ୍ତି, ଯାହା ଅନିଦ୍ରା ସମସ୍ୟାର ସମାଧାନ କରିବାକୁ ଯାଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories