www.samajalive.in
Saturday, December 13, 2025
18.1 C
Bhubaneswar

ଗେମ୍ ଖେଳୁଥିବା ବେଳେ ମୋବାଇଲ୍ ବ୍ୟାଟେରି ଫାଟି ନାବାଳକ ଗୁରୁତର

କାଶୀପୁର : ଗେମ୍ ଖେଳୁଥିବା ବେଳେ ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନାମୁତାବକ ରାୟଗଡା ଜିଲା କାଶୀପୁର ବ୍ଲକର ଶଦାନନ୍ଦ ନାଏକଙ୍କ ୧୧ବର୍ଷର ପୁଅ ନିରଞ୍ଜନ ନାଏକ ନିଜ ଘରେ  ମୋବାଇଲରେ ଗେମ ଖେଳୁଥିବା ସମୟରେ ମୋବାଇଲର ବ୍ୟାଟେରି ଫାଟି ଯାଇଥିଲା। ଶବ୍ଦ ଶୁଣୀ ପରିବାର ଲୋକେ ଆସି ଦେଖିବା ସମୟରେ ପୁଅ ଗୁରୁତର ହୋଇଥିବା ଦେଖିଥିଲେ। ପରିବାର ଲୋକ ପୁଅକୁ ସଙ୍ଗେ ସଙ୍ଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୋବାଇଲ ବ୍ୟାଟେରି ଫାଟି ନିରଞ୍ଜନଙ୍କୁ ମୁହଁ,ହାତ,ଗୋଡ ଏବଂ ଛାତି ସହ ଦେହର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି। ବର୍ତ୍ତମାନ ନିରଞ୍ଜନର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

 

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories