www.samajalive.in
Saturday, December 13, 2025
21.1 C
Bhubaneswar

ସମୀରଙ୍କ ନୂଆ ଯାତ୍ରା ଆରମ୍ଭ; ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ଵର: ବିଜେପିର ନବନିର୍ବାଚିତ ଓଡ଼ିଶା ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵର ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ତାଙ୍କୁ ନେତୃତ୍ଵ ଏବଂ ବରିଷ୍ଠ ନେତାଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି, କିନ୍ତୁ ବିଜେପିକୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ରୂପରେ ଉପସ୍ଥାପନ କରିବା ତାଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ହେବ। ବିଶେଷକରି ଏଭଳି ସମୟରେ ଯେତେବେଳେ କେନ୍ଦ୍ରରେ ମୋଦୀ ସରକାର ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ମଧ୍ୟରେ ଅନେକ ପ୍ରସଙ୍ଗରେ ଆପୋସ ବୁଝାମଣା ରହୁଛି। ରାଜ୍ୟସଭାରେ ବିଭିନ୍ନ ବିଧେୟକର ମଞ୍ଜୁରୀ ସମୟରେ ବିଜେଡି ସାଂସଦମାନଙ୍କର ଖୋଲା ସମର୍ଥନ ମୋଦୀ ସରକାରକୁ ମିଳୁଛି। ବିଜେପି ବିଧାନସଭାରେ ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ହେଁ କଂଗ୍ରେସ ମୁଖ୍ୟ ବିରୋଧୀ ଭାବେ ଭୂମିକା ନିର୍ବାହ କରିବାରେ ସଫଳ ହୋଇଛି। ସମୀର ମହାନ୍ତି ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତା। ମାତ୍ର ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି। ସେହିପରି ତାଙ୍କର ଅନେକ ଦକ୍ଷତା ମଧ୍ୟ ରହିଛି, ଯାହା ତାଙ୍କୁ ସଂଗଠନ ଚଳାଇବାରେ ସହଯୋଗ କରିବ।

ଚ୍ୟାଲେଞ୍ଜ:

Image Courtesy: hindi.samajalive.in

୧- ବୁଥ ସ୍ତରରେ ସଂଗଠନ ସୁଦୃଢ଼ କରିବା।

- Advertisement -

୨- ଜିଲା ନେତୃତ୍ଵ ଏବଂ ଅନ୍ୟ ପଦାଧିକାରୀଙ୍କ ସହିତ ସମନ୍ବୟ ରକ୍ଷା କରିବା।

୩- ବିଗତ ୧୬ ବର୍ଷରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଅଧ୍ୟକ୍ଷ ରହିଥିବା ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତାଙ୍କ ସହଯୋଗ ବଳରେ ସଂଗଠନକୁ ଆଗେଇନେବା।

୪- ଉପକୂଳବର୍ତ୍ତୀ ଜିଲାରେ ବିଜେପିକୁ ଶକ୍ତ କରିବା।

୫- ଦଳ ଭିତରେ ଥିବା ଦଳବାଦ ହ୍ରାସ କରି ସାଂଗଠନିକ ଶକ୍ତି ବୃଦ୍ଧି କରିବା।

୬- ନବୀନ ସରକାରର ନୀତିଗୁଡ଼ିକ ବିରୋଧରେ ଜନତାଙ୍କ ମଧ୍ୟରେ ବିଶ୍ଵାସ ଜିତିବା।

ବିଶେଷତ୍ଵ:

ସମୀର ମହାନ୍ତିଙ୍କ ସାଧାରଣ ବ୍ୟକ୍ତିତ୍ଵ ଯୋଗୁ ଲୋକ ଏବଂ କାର୍ଯ୍ୟକର୍ତ୍ତାଙ୍କ ନିକଟତର ହେବା ସହଜ ହେବ। କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ଓଡ଼ିଶା ନେତାଙ୍କର ସୁସମ୍ପର୍କ ଯୋଗୁ ସଂଗଠନ ପରିଚାଳନା କରିବା ତାଙ୍କ ପାଇଁ କଷ୍ଟକର ହେବ ନାହିଁ। ରାଜ୍ୟସ୍ତରରେ ପଦାଧିକାରୀ ଏବଂ ମୁଖପାତ୍ର ଚୟନରେ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ସଂଗଠନ ଚଳାଇବା ଲାଗି ପାଣ୍ଠିର କୌଣସି ସମସ୍ୟା ନାହିଁ। ସମୀର ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିବାରୁ ଅଧିକରୁ ଅଧିକ ସମୟ ସେ କାର୍ଯ୍ୟାଳୟ, କାର୍ଯ୍ୟକର୍ତ୍ତା ତଥା ଜନତାଙ୍କୁ ସମୟ ଦେଇପାରିବେ। ତାଙ୍କର ଉତ୍ତମ ବ୍ୟବହାର ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତାମାନଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହେବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories