www.samajalive.in
Saturday, December 13, 2025
21.1 C
Bhubaneswar

ମାନସିକ ଦ୍ୱନ୍ଦ୍ୱମୁକ୍ତ ହୋଇ ପରୀକ୍ଷା ଦିଅ: କେନ୍ଦ୍ରମନ୍ତ୍ରୀ ଧୋତ୍ରେ

କଟକ: ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ ଦ୍ୱନ୍ଦ୍ୱମୁକ୍ତ ହେବା ଆବଶ୍ୟକ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। ଗୁରୁବାର କଟକ ଜିଲ୍ଲା ମୁଣ୍ଡଳୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କାଳରେ ସେ ଏହା କହିବା ସହ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ପରୀକ୍ଷା ପେ ଚର୍ଚ୍ଚା” କାର୍ୟ୍ୟକ୍ରମରେ ସାମିଲ ହେବା ଲାଗି ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି।

- Advertisement -

ସେ କହିଛନ୍ତି, ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଦେଶରେ ଏକ ଭିନ୍ନ ପରିଚୟ ରହିଛି। ଜୀବନର ଶିକ୍ଷା ନବୋଦୟ ବିଦ୍ୟାଳୟରୁ ହିଁ ମିଳିଥାଏ। ସ୍ୱଚ୍ଛତା, ଏକକ ପ୍ଲାଷ୍ଟିକ ବର୍ଜନ ଠାରୁ ଆରମ୍ଭ କରି ଦେଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନେକ କାର୍ୟ୍ୟକ୍ରମକୁ ଅନୁସରଣ କରିବାରେ ନବୋଦୟର ବିଦ୍ୟାର୍ଥୀ ବେଶ ଆଗୁଆ ଅଛନ୍ତି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ପାରସ୍ପରିକ ସହଯୋଗ ଦ୍ୱାରା ଯେପରି ଶିକ୍ଷା ଲାଭ କରିଥାନ୍ତି ତାହାର ପ୍ରେରଣା ନବୋଦୟ ବିଦ୍ୟାଳୟରୁ ହିଁ ମିଳିଥାଏ। ସମନ୍ୱୟ, ସାଂଗଠନିକ ଦକ୍ଷତା, ଆପୋସ ଭାବବିନିମୟ ଜୀବନରେ ସୁଖପ୍ରଦ ଅନୁଭୂତି ଆଣିଥାଏ। ଜୀବନର ଦୃଷ୍ଟିକୋଣ ଯେତେ ବ୍ୟାପକ ହେବ, ମଣିଷ ସେତିକି ଉନ୍ନତି କରିପାରିବ। ପରୀକ୍ଷା ପେ ଚର୍ଚ୍ଚା ପାଇଁ ଦେଶର ୧୦୦୦ ବିଦ୍ୟାର୍ଥୀ ବଛା ଯାଇଥିବା ବେଳେ ସେଥିରେ ଓଡିଶାର ୨୮ଜଣ ରହିଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ଧୋତ୍ରେ ଶିକ୍ଷାନୁଷ୍ଠାନ ପରିସର ବୁଲିବା ସହିତ ଛାତ୍ରାଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ପୂର୍ବରୁ ସେ ଭୁବନେଶ୍ୱରସ୍ଥିତ ଜାତୀୟ ସୂଚନା କେନ୍ଦ୍ର ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories