www.samajalive.in
Friday, December 12, 2025
16.1 C
Bhubaneswar

ଏସସିଓ ବୈଠକକୁ ଇମ୍ରାନଙ୍କୁ ଆମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ରେ ଯୋଗଦେବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଆମନ୍ତ୍ରଣ କରିବ। ଗୁରୁବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଏସସିଓ ସଦସ୍ୟ ଦେଶଗୁଡ଼ିକର ପ୍ରଧାନମନ୍ତ୍ରୀମାନଙ୍କ ବୈଠକରେ ଇମ୍ରାନଙ୍କୁ ଆମନ୍ତ୍ରଣ କରାଯିବା ସମ୍ପର୍କିତ ଏକ ପ୍ରଶ୍ନରେ ବିଦେଶ ମନ୍ତ୍ରଣାଳୟ ସଚିବ ରବୀଶ କୁମାର କହିଛନ୍ତି, ସମସ୍ତ ୮ ଦେଶ ଏବଂ ୪ଟି ପର୍ଯ୍ୟବେକ୍ଷକଙ୍କୁ ବୈଠକ ଲାଗି ଆମନ୍ତ୍ରଣ କରାଯିବ। ରବୀଶ କୁମାର କହିଛନ୍ତି, ଚଳିତବର୍ଷ ଶେଷ ଆଡକୁ ଭାରତ ଏସସିଓ ବୈଠକର ଆୟୋଜନ କରିବ। ଏହି ବୈଠକ ପ୍ରଧାନମନ୍ତ୍ରୀ ସ୍ତରରେ ପ୍ରତିବର୍ଷ ଆୟୋଜନ କରାଯାଉଛି। ଏଥିରେ ଏସସିଓର କାର୍ଯ୍ୟକ୍ରମ ଏବଂ ବହୁପାକ୍ଷିକ ଆର୍ଥିକ ଓ ବ୍ୟାପାରକୁ ନେଇ ଆଲୋଚନା ହୋଇଥାଏ। ସୂଚନାଯୋଗ୍ୟ, ଏସସିଓର ୮ ସଦସ୍ୟ ରାଷ୍ଟ୍ରରେ ଭାରତ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷ, ପାକିସ୍ତାନ, ତାଜାଖସ୍ତାନ ଏବଂ ଉଜବେକିସ୍ତାନ ରହିଛନ୍ତି। ଭାରତ ଏବଂ ପାକିସ୍ତାନ ୨୦୧୭ରେ ଏସସିଓର ପୂର୍ଣ୍ଣ ସଦସ୍ୟତା ଲାଭ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories